କରୋନା ଟିକା ପାଇଁ ଭାରତର ଅଗ୍ରଣୀ ଭୂମିକା, ୮ ସହରରେ ଚାଲିଛି ୧୪ଟି ବଡ଼ ପ୍ରକଳ୍ପ

ବେଙ୍ଗାଲୁରୁ: ଅଦ୍ୟାବଧି ବିଶ୍ବର ୧୫୦ ଦେଶକୁ ବିଭିନ୍ନ ରୋଗର ଟିକା ଯୋଗାଇଥିବା ଭାରତ ଆନ୍ତର୍ଜାତିକ ଟିକା କେନ୍ଦ୍ର ଭାବେ ବିବେଚିତ ହେଉଛିା ଏବେ ଦେଶର ୮ଟି ପ୍ରମୁଖ ସହରରେ ସରକାରୀ ଭାବେ ୧୪ ପ୍ରକାର ସମ୍ଭାବ୍ୟ କରୋନା ଟିକା ପ୍ରସ୍ତୁତି ପାଇଁ ବିଭିନ୍ନ ଘରୋଇ କମ୍ପାନି ଓ ଭେଷଜ ଶିକ୍ଷାନୁଷ୍ଠାନ ପକ୍ଷରୁ ପରୀକ୍ଷାନିରୀକ୍ଷା ଜାରି ରହିଛି। ଦେଶର ଆଠଟି ରାଜ୍ୟରେ ଚାଲୁ ରହିଥିବା ଏହି ଗବେଷଣା ମଧ୍ୟରୁ ଗୋଟିଏର ନୈଦାନିକ ପରୀକ୍ଷଣ ପାଇଁ ପ୍ରସ୍ତୁତି ଚୂଡା଼ନ୍ତ ପର୍ଯ୍ୟାୟରେ ପହ‌ିଛି। ଏଥି ସହିତ ଆଉ ଚାରିଟିର ଗବେଷଣାରେ ମଧ୍ୟ ପ୍ରଗତି ଆସିପାରିଛି ବୋଲି କେନ୍ଦ୍ର ଜୈବ ବୈଷୟିକ ଜ୍ଞାନ ବିଭାଗ(ଡିବିଟି) ଏବଂ ବିଜ୍ଞାନ ଓ କାରିଗରୀ ବିଭାଗ(ଡିଏସ୍‌ଟି) ପକ୍ଷରୁ ସ୍ପଷ୍ଟ କରାଯାଇଛିା

ଏ ପରିପ୍ରେକ୍ଷୀରେ ଦେଶରେ ବିଭିନ୍ନ ଟିକା ଗବେଷଣା ପାଇଁ ପିଏମ୍‌କେୟାର୍ସ ମାଧ୍ୟମରେ ୧୦୦ କୋଟି ଖର୍ଚ୍ଚ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି କୋଭିଡ୍‌ର ପ୍ରତିରୋଧ ପାଇଁ କିିଛି ନିର୍ଦ୍ଦିଷ୍ଟ ବର୍ଗର ସମ୍ଭାବ୍ୟ ଟିିକା ବାହାର କରିବା ଲାଗି ଉନ୍ନତ ଗବେଷଣା କରାଯିବାକୁ ମଧ୍ୟ ନିଷ୍ପତ୍ତି ସରିଛି। ତେବେ ବର୍ତ୍ତମାନ ଜାରି ରହିଥିବା ୧୪ଟି ପ୍ରକଳ୍ପ ପାଇଁ ସେହି ୧୦୦ କୋଟିରୁ ଖର୍ଚ୍ଚ ହେଉଛି କି ପୂର୍ବରୁ ଅନ୍ୟ କୌଣସି ଯୋଜନାରେ ସେଥିରେ ଅର୍ଥ ଖଟାଯାଇଛି, ତାହା ଡିବିଟି କି ଡିଏସ୍‌ଟି ପକ୍ଷରୁ ସ୍ପଷ୍ଟ କରାଯାଇନି। ଉକ୍ତ ୧୪ଟି ପ୍ରକଳ୍ପ ଭିତରୁ କେବଳ ପୁଣେରେ ୪ଟି ଏବଂ ହାଇଦ୍ରାବାଦରେ ୩ଟିର ଗବେଷଣା ଚାଲିଥିବା ବେଳେ ଅହମଦାବାଦ, ଭେଲୋର, ନୂଆଦିଲ୍ଲୀ, ଇନ୍ଦୋର, ମୋହାଲି ଓ ତିରୁଅନନ୍ତପୁରମରେ ଗୋଟିଏ ଲେଖାଏଁର କାର୍ଯ୍ୟ ଆଗେଇଚାଲିଛିା ସୂଚନାଥାଉ କି, ବର୍ତ୍ତମାନ ସୁଦ୍ଧା ବିଶ୍ବ ସ୍ତରରେ ୩୦ଟି ସମ୍ଭାବ୍ୟ ଟିକା ପାଇଁ ଉଦ୍ୟମ ବଳବତ୍ତର ରହିଛି, ଯହିଁରେ ୬ଟି ଭାରତୀୟ ଔଷଧ କମ୍ପାନି ଏବଂ ବିଭିନ୍ନ ଭେଷଜ ଗବେଷଣା ସଂସ୍ଥା ସାମିଲ ଅଛନ୍ତି। ତହିଁରୁ ଅତି କମ୍‌ରେ ୧୦ଟି ପ୍ରକଳ୍ପରେ ଡିବିଟି ଅର୍ଥ ଲଗାଇଛି ବୋଲି ଏହାର ସମ୍ପାଦକ ଡାକ୍ତର ରେଣୁ ସ୍ବରୂପ କହିଛନ୍ତିୟ।

ସମ୍ବନ୍ଧିତ ଖବର