ନୂଆଦିଲ୍ଲୀ: ଅର୍ଜୁନ କପୁରଙ୍କ ଫିଲ୍ମ ‘ଇଣ୍ଡିଆଜ୍ ମୋଷ୍ଟ ୱାଣ୍ଟେଡ୍’ ବକ୍ସ ଅଫିସ୍ରେ ଖରାପ ପ୍ରଦର୍ଶନ କରିଛି। ହଲିଉଡ଼୍ ଫିଲ୍ମ ‘ଆଲାଦିନ୍’ ଏବଂ ବଲିଉଡ୍ ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦୀ’ ଅର୍ଜୁନଙ୍କ ଫିଲ୍ମ ଠାରୁ ଭଲ ପ୍ରଦର୍ଶନ କରିଥିବା ଜଣାପଡିଛି। ଗୋଟିଏ ଦିନରେ ଏହି ତିନଟି ଫିଲ୍ମର ମୁକ୍ତିଲାଭ ହୋଇଛି। ନିର୍ବାଚନ ଫଳାଫଳ ଘୋଷଣାର ଗୋଟିଏ ଦିନ ପରେ ମୁକ୍ତିଲାଭ କରିଥିବା ‘ପିଏମ୍ ନରେନ୍ଦ୍ର ମୋଦୀ’ ବକ୍ସ ଅଫିସ୍ରେ ପ୍ରଥମ ଦିନରେ ୨.୫ କୋଟି ଟଙ୍କା ଆଦାୟ କରିଥିବା ବେଳେ ହଲିଉଡ଼୍ ଫିଲ୍ମ ‘ଆଲାଦିନ୍’ ୪.୨୫ କୋଟି ଟଙ୍କା ଆଦାୟ କରି ଆଗରେ ରହିଛନ୍ତି। ତେବେ ‘ଇଣ୍ଡିଆଜ୍ ମୋଷ୍ଟ ୱାଣ୍ଟେଡ୍’ ମାତ୍ର ୨.୧ କୋଟି ଟଙ୍କାର ବ୍ୟାପାର କରି ଏହି ଦୁଇଟି ଫିଲ୍ମଠାରୁ ପଛରେ ପଡିଯାଇଛି। ରାଜ କୁମାର ଗୁପ୍ତାଙ୍କ ଦ୍ୱାରା ନିର୍ଦେଶିତ ପ୍ରାୟ ସମସ୍ତ ଫିଲ୍ମ ବକ୍ସ ୍ଅଫିସ୍ରେ ସଫଳ ହୋଇଥିବା ବେଳେ ଏହିଥର ବିଫଳ ହୋଇଯିବା ସିନେମା ସମାଲୋଚକମାନଙ୍କୁ ଚକୀତ କରିଦେଇଛି।
‘ଇଣ୍ଡିଆଜ୍ ମୋଷ୍ଟ ୱାଣ୍ଟେଡ୍’ ପଛରେ, ଆଗରେ ‘ପିଏମ୍ ନରେନ୍ଦ୍ର ମୋଦୀ’
/sambad/media/post_attachments/wp-content/uploads/2019/05/Untitled-17-15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)