କାତାରରେ ଭାରତର ମୋଷ୍ଟ୍‌ ୱାଣ୍ଟେଡ଼ ଜାକିର ନାଏକ, ଧାର୍ମିକ ପ୍ରବଚନ ଦେବେ

ନୂଆଦିଲ୍ଲୀ : ମନିଲଣ୍ଡରିଂ ଓ ଘୃଣା ଭାଷଣ ଆଦି ଅନେକ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଓ ଏନ୍‌ଆଇଏ (ଜାତୀୟ ତଦନ୍ତ ସଂସ୍ଥା)ର ମୋଷ୍ଟ ୱାଣ୍ଟେଡ୍ ପଳାତକ ଅପରାଧୀ ଇସଲାମିକ ଧର୍ମଶାସ୍ତ୍ରଜ୍ଞ ଜାକିର ନାଏକ ମାଲେସିଆରୁ କାତାର ଯାତ୍ରା କରିଛି । ସେ ସେଠାରେ ଧାର୍ମିକ ପ୍ରବଚନ ଦେବା ଆଶା କରାଯାଉଛି। ଫିଫା ବିଶ୍ବ କପ୍ ସମୟରେ ତାଙ୍କର ଏହି ଗସ୍ତ କିଛି ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରାଯାଉଛି।

କାତାରର ଏକ ସ୍ପୋର୍ଟସ ଚାନେଲ ତରଫରୁ ଉଦ୍‌ଘୋଷକ ଫୈଜଲ ଅଲହାରି ଟ୍ବିଟ୍ କରି କହିଛନ୍ତି- ଧର୍ମ ପ୍ରଚାରକ ଶେଖ୍ ଜାକିର ନାଏକ ବିଶ୍ବକପ୍ ସମୟରେ ଏବେ କାତାରରେ ପହଞ୍ଚିସାରିଛିଥିବା ବିଶ୍ବକପ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେ ଅନେକ ଧାର୍ମିକ ପ୍ରବଚନ ଦେବେ। ଜାକିର ନାଏକ ବିରୋଧରେ ମନିଲଣ୍ଡରିଂ, ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିବା, ଘୃଣାଭାଷଣ ଦ୍ବାରା ଦେଶରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଆଦି ଅନେକ ମାମଲା ରହିଛି। ଭାରତ ସରକାର ତାଙ୍କର ମୁମ୍ବାଇ-ଭିତ୍ତିକ ଇସଲାମିକ ରିସର୍ଚ୍ଚ ଫାଉଣ୍ଡେସନ (ଆଇଆର୍‌ଏଫ୍‌)କୁ ନିଷିଦ୍ଧ କରିଛନ୍ତି। ମାଲେସିଆରେ ତାଙ୍କର ସ୍ଥାୟୀ ଘର ଥିଲେ ମଧ୍ୟ ସେହି ଦେଶ୨୦୨୦ ମସିହାରୁ ତା’ର ଭାଷଣ ଉପରେ କଟକଣା ଲଗାଇଛି। ସେ ଭାରତରୁ ପଳାଇବାର ବର୍ଷକ ପରେ ୨୦୧୬ ଜୁଲାଇରେ ଭାରତ ସରକାର ତା’ର ପାସପୋର୍ଟକୁ ରଦ୍ଦ କରିଦେଇଛନ୍ତି। ସେତେବେଳେ ସେ ନିଜକୁ ଭାରତରେ ପ୍ରବାସୀ ଭାରତୀୟ (ଏନ୍‌ଆର୍‌ଆଇ) ବୋଲି କହୁଥିଲା।

ସମ୍ବନ୍ଧିତ ଖବର