ଭାରତର ନୂଆ ନାଗରିକତା ଆଇନ ମୌଳିକଭାବେ ପକ୍ଷପାତମୂଳକ : ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ

ନୂଆଦିଲ୍ଲୀ : ଭାରତର ନୂଆ ନାଗରିକତା ଆଇନ ସମ୍ପର୍କରେ କୌଣସି ସିଧାସଳଖ ମତାମତ ଦେବାକୁ ଗତକାଲି ଖୋଦ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଏଟରେସ୍‌ ମନା କରିଦେଇଥିବାବେଳେ ଜାତିସଂଘର ଏକ ଶାଖା ସଂଗଠନ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ଭାରତ ବିରୁଦ୍ଧରେ ଏକ କଡ଼ା ମନ୍ତବ୍ୟ ଦେଇଛି ।

କାର୍ଯ୍ୟାଳୟର ମୁଖପାତ୍ର ଜେରେମି ଲରେନ୍ସ କହିଛନ୍ତି ଯେ ଏହି ଆଇନଟି ମୌଳିକଭାବେ ପକ୍ଷପାତମୂଳକ । ଏହି ଆଇନର ସମୀକ୍ଷା ହେବା ଆବଶ୍ୟକ । ଏହି ଆଇନରେ ଅନ୍ୟ ୬ଟି ସଂପ୍ରଦାୟକୁ ଯେଭଳି ସୁରକ୍ଷା ଦିଆଯାଇଛି ମୁସଲିମମାନଙ୍କୁ ସେପରି ସୁରକ୍ଷା ଦିଆଯାଇନାହିଁ ।
“ତେବେ ଆମେ ଜାଣିବାକୁ ପାଇଛୁ ଯେ ଆଇନକୁ ଭାରତର ସୁପ୍ରିମକୋର୍ଟରେ ସମୀକ୍ଷା କରିବେ । ଆମେ ଆଶା କରୁଛୁ କି ଅନ୍ତର୍ଜାତୀୟ ମାନବ ଅଧିକାର ଆଇନ ସହ ତାଳଦେଇ ସୁପ୍ରିମକୋର୍ଟ ସତର୍କତାର ସହ ଏହି ଆଇନର ସମୀକ୍ଷା କରିବେ ।” ସେ କହିଛନ୍ତି ।

ପୂର୍ବରୁ ମଧ୍ୟ ଅନେକ ପ୍ରସଙ୍ଗରେ ଏହି କାର୍ଯ୍ୟାଳୟ ଭାରତ ବିରୋଧୀ ମନ୍ତବ୍ୟ ଦେଇଛି । ସାଉଦିଆରବ ଏବେ ଏହାର ମୁଖ୍ୟ ଅଛି ।
ନାଗରିକତା (ସଂଶୋଧନ) ଆଇନ ୨୦୧୯ରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ,ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର