ସିନ୍ଧୁ ଜଳ ଚୁକ୍ତିରେ ପରିବର୍ତ୍ତନ ପାଇଁ ପାକିସ୍ତାନକୁ ଭାରତର ନୋଟିସ

ନୂଆଦିଲ୍ଲୀ : ଇଣ୍ଡସ ୱାଟର ଟ୍ରିଟି (ଆଇଡବ୍ଲ୍ୟୁଟି) ତଥା ସିନ୍ଧୁ ଜଳ ଚୁକ୍ତିରେ ପରିବର୍ତ୍ତନ ଆଣିବାପାଇଁ ଭାରତ ପାକିସ୍ତାନକୁ ‌ନୋଟିସ୍‌ କରିଛି। ଆଇଡବ୍ଲ୍ୟୁଟିର ଧାରା ଏକ୍ସଆଇଆଇ (୩) ଅନୁଯାୟୀ ସିନ୍ଧୁ ଜଳ ଚୁକ୍ତିର କମିସନରଙ୍କ ଦ୍ବାରା ଭ‌ାରତ ଜାନୁଆରି ୨୫ରେ ପାକିସ୍ତାନକୁ ଏହି ନୋଟିସ ପଠାଇଛି। ସିନ୍ଧୁ ଜଳ ଚୁକ୍ତିକୁ କାର୍ଯ୍ୟକାରୀ କରିବାପାଇଁ ଭାରତ ସବୁବେଳେ ସମର୍ଥନ କରିଆସିଛି।

କିନ୍ତୁ ପାକିସ୍ତାନର କାର୍ଯ୍ୟ ସିନ୍ଧୁ ଜଳ ଚୁକ୍ତିର ବ୍ୟବସ୍ଥା ଏବଂ ଏହାର କାର୍ଯ୍ୟକାରିତା ଉପରେ ପ୍ରତିକୂଳ ପ୍ରଭାବ ପକାଇଛି। ଏହି କାରଣ ପାଇଁ ସିନ୍ଧୁ ଚଳ ଚୁକ୍ତିରେ କିଛି ପରିବର୍ତ୍ତନ ଆଣିବାପାଇଁ ଭାରତ ପାକିସ୍ତାନକୁ ଏହି ନୋଟିସ ପଠାଇଛି। ପାକିସ୍ତାନର ଏକଚାଟିଆ ନୀତି ଯୋଗୁଁ ଏହି ଚୁକ୍ତିରେ ଆବଶ୍ୟକ ପରିବର୍ତ୍ତନରେ ବିଳମ୍ବ ହେଉଛି ବୋଲି ଆଜି ଭାରତ କହିଛି।

ସମ୍ବନ୍ଧିତ ଖବର