ଆଣବିକ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣକାରୀ ବୁଡ଼ାଜାହଜ ଆଇଏନ୍‌ଏସ୍‌ ଅରିହନ୍ତ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଭାରତ ହେଲା ବିଶ୍ୱ ସମକକ୍ଷ

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ଆଣବିକ କ୍ଷମତା ସଂପନ୍ନ ବୁଡ଼ାଜାହଜ ଆଇଏନ୍‌ଏସ୍‌ ଅରିହନ୍ତ ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇ ସାମିଲ ହେବା ପରେ ଭାରତୀୟ ପ୍ରତିରକ୍ଷା କ୍ଷେତ୍ର ବିଶ୍ୱ ସମକକ୍ଷ ହୋଇଯାଇଛି। କାରଣ, ସଂପୂର୍ଣ୍ଣ ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍‌ଏସ୍‌ ଅରିହନ୍ତ ଆଣବିକ କ୍ଷମତା ସଂପନ୍ନ କ୍ଷେପଣାସ୍ତ୍ର ବହନ କରିବା ସହ ଏହାକୁ ଅତ୍ୟନ୍ତ ସଫଳତାର ସହ ୭୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଉତ୍‌କ୍ଷେପଣ କରି ନିର୍ଦ୍ଧିଷ୍ଟ ଲକ୍ଷ୍ୟକୁ ମଧ୍ୟ ଭେଦ କରିପାରିବ।

ପର୍ବରୁ ଏପରି ସାମର୍ଥ୍ୟ ଓ ଏଧରଣର ବୁଡ଼ାଜାହଜ କେବଳ ମାତ୍ର ଯୁକ୍ତରାଷ୍ଟ୍ର ଆମେରିକା, ଋଷିଆ, ଚୀନ୍‌ ଓ ଫ୍ରାନ୍ସ ନିକଟରେ ରହିଥିଲା। ଅରିହନ୍ତ ବୁଡ଼ାହାହାଜ ପାଇଁ ସ୍ୱତନ୍ତ୍ର ରୂପେ ନିର୍ମିତ ହୋଇଛି କେ- ୧୫ ସାଗରିକା ନାମରେ ସ୍ୱତନ୍ତ୍ର ଧରଣର ଆଣବିକ କ୍ଷେପଣାସ୍ତ୍ର।
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଗତ ସୋମବାର ଦିନ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ପକ୍ଷରୁ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ବିଷୟ ଘୋଷଣା କରିବା ସହ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଦୁଇ ବୈଜ୍ଞାନିକ ଏ ଯୋସେଫ୍‌ ଓ ଏମ୍‌ ୟୁଗେନ୍ଦ୍ର ରେଡ୍ଡିଙ୍କୁ ସମ୍ମାନିତ କରିଛନ୍ତି।

ସମ୍ବନ୍ଧିତ ଖବର