ନୂଆଦିଲ୍ଲୀ : ଲାଗୁଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ଯାହା ଘୋଷଣା କରୁଛନ୍ତି ତାହାର ଠିକ ଓଲଟା କରୁଛି ଭାରତ। ଅପରେସନ ସିନ୍ଦୂର ସମୟରେ ଟ୍ରମ୍ପ ଘୋଷଣା କରିଥିଲେ ଯେ ସେ ହିଁ ଯୁଦ୍ଧ ବନ୍ଦ କରାଇଥିଲେ, କିନ୍ତୁ ଏହା ଠିକ ନୁହେଁ ବୋଲି କହିଥିଲା ଭାରତ । ପରେ ଟ୍ରମ୍ପ ଘୋଷଣା କରିଥିଲେ ଯେ ରୁଷର ତେଲକ୍ରୟ କମାଇ ଦେଇଛି ଭାରତ । କିନ୍ତୁ ପ୍ରକୃତ କଥା ହେଉଛି ଭାରତ ତେଲ କ୍ରୟ ବଢାଇଦେଇଥିଲା । ଏବେ ପୁଣି ଥରେ ସେ ଘୋଷଣା କରିଛନ୍ତି ଯେ ରୁଷର ତେଲ (CRUDE OIL) କିଣା ବନ୍ଦ କରିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ପ୍ରକୃତ ତଥ୍ୟ ତଥ୍ୟ ଏହାର ଓଲଟା ଆସୁଛି ।
ଜୁନ୍ ମାସରେ ତେଲ ଆମଦାନି ବୃଦ୍ଧି ପାଇ ଦୈନିକ ୨ ନିୟୁତ ବ୍ୟାରେଲ ଛୁଇଁଥିଲା । କିନ୍ତୁ ସେପ୍ଟେମ୍ବରରେ ଏହା ଦିନକୁ ୧.୬ ନିୟୁତ ବ୍ୟାରେଲକୁ ଖସିଆସିଥିଲା।ତେବେ ଅକ୍ଟୋବରରେ ଏହା ପୁଣି ଥରେ ବୃଦ୍ଧି ପାଇ ୧.୮ ନିୟୁତ ବ୍ୟାରେଲରେ ପହଞ୍ଚିଛି ବୋଲି ବିଶ୍ୱ ବାଣିଜ୍ୟ ବିଶ୍ଳେଷଣ ଫାର୍ମ କେପଲର ତଥ୍ୟରୁ ଜଣାପଡ଼ିଛି।
ଅକ୍ଟୋବରର ପ୍ରଥମ ପକ୍ଷରେ ରୁଷରୁ ଭାରତର ଅଶୋଧିତ ତୈଳ ଆମଦାନୀ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି, ଯାହା ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଦେଖାଯାଇଥିବା ହ୍ରାସକୁ ବିପରୀତ। ଜାହାଜ ଟ୍ରାକିଂ ତଥ୍ୟ ଅନୁଯାୟୀ, ପର୍ବପର୍ବାଣୀ ଚାହିଦା ପୂରଣ କରିବା ପାଇଁ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁଥିବା ଭାରତୀୟ ରିଫାଇନାରୀଗୁଡ଼ିକ ଦ୍ୱାରା ଏହି ବୃଦ୍ଧି ସମ୍ଭବ ହୋଇପାରିଛି। ଜୁନ୍ ମାସରେ ତେଲ ଆମଦାନି ବୃଦ୍ଧି ପାଇ ଦୈନିକ ୨ ନିୟୁତ ବ୍ୟାରେଲ ଛୁଇଁଥିଲା । କିନ୍ତୁ ସେପ୍ଟେମ୍ବରରେ ଏହା ଦିନକୁ ୧.୬ ନିୟୁତ ବ୍ୟାରେଲକୁ ଖସିଆସିଥିଲା । ତେବେ ଅକ୍ଟୋବରରେ ଏହା ପୁଣି ଥରେ ବୃଦ୍ଧି ପାଇ ୧.୮ ନିୟୁତ ବ୍ୟାରେଲରେ ପହଞ୍ଚିଛି ବୋଲି ବିଶ୍ୱ ବାଣିଜ୍ୟ ବିଶ୍ଳେଷଣ ଫାର୍ମ କେପଲର ତଥ୍ୟରୁ ଜଣାପଡ଼ିଛି।
ଆହୁରି ପଢନ୍ତୁ : ପ୍ରଧାନମନ୍ତ୍ରୀ ମୋଦୀ ମୋତେ ରୁଷ୍ଠାରୁ ତୈଳ କିଣିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି: ଟ୍ରମ୍ପ୍
ଆହୁରି ପଢନ୍ତୁ : Tejas Mk1A Fighter Jet: ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ ସ୍ୱଦେଶୀ ଯୁଦ୍ଧ ବିମାନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/10/17/crude-oil-2025-10-17-16-30-37.png)