ନୂଆଦିଲ୍ଲୀ : ପାକିସ୍ତାନରେ କର୍ତ୍ତାରପୁର କରିଡରର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗୋଟିଏ ପଟରେ ଭାରତ ସହ ଶାନ୍ତି ପାଇଁ ଆଗ୍ରହୀ ଥିବା ଦର୍ଶାଇଥିବାବେଳେ ଅନ୍ୟପଟେ ପରୋକ୍ଷରେ ଖଲିସ୍ଥାନୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି ।

Advertisment

ଏହା ସହିତ ସେ କହିଛନ୍ତି ଯେ ଭାରତର ଲୋକେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଗାଦିରୁ ହଟାନ୍ତୁ । ୨୦୧୯ରେ ଭାରତର ଲୋକମାନେ ବର୍ତ୍ତମାନର ସରକାରଙ୍କୁ ଗାଦିଚ୍ୟୁତ କରନ୍ତୁ । ତାଙ୍କ ବଦଳରେ ନବଜ୍ୟୋତ ସିଂ ସିଦ୍ଧୁଙ୍କ ପରି ବ୍ୟକ୍ତି ଭାରତର ପ୍ରଧାନମନ୍ତ୍ରୀ ହେବା ସେ ଚାହାନ୍ତି । ଏହା ସହିତ ସିଦ୍ଧୁଙ୍କୁ ସେ ଶାନ୍ତି ଦୂତ ଭାବେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ମୁସଲମାନଙ୍କ ପାଇଁ ମହିନାର ଗୁରୁତ୍ୱ ଯାହା ଶିଖ ମାନଙ୍କ ପାଇଁ କର୍ତ୍ତାରପୁର ସାହେବର ଗୁରୁତ୍ୱ ଠିକ ସେୟା । ଭାରତରୁ ଆସୁଥିବା ଶିଖ ତୀର୍ଥଯାତ୍ରୀଙ୍କ ପାଇଁ ସବୁପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଏହି କରିଡର ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ସହାୟକ ହେବ ।

ଇମ୍ରାନ ଖାଁଙ୍କ ଏହି କଥା ପରେ ପୁଣି ଥରେ ପ୍ରମାଣିତ ହୋଇଯାଇଛି ଯେ ଭାରତର ବର୍ତ୍ତମାନ ମୋଦି ସରକାରଙ୍କୁ କେବଳ ଆମ ଦେଶର ବିରୋଧୀ ଦଳ ନୁହେଁ, ବରଂ ପଡୋଶୀ ପାକିସ୍ତାନ ମଧ୍ୟ ଚାହୁଁନାହିଁ । ମୋଦି ଆସିବା ପରେ ପାକିସ୍ତାନର ବିଶ୍ୱରେ ଏକଘରିଆ ହୋଇ ଦାଣ୍ଡର ଭିକାରୀ ହେବା ଅବସ୍ଥାକୁ ଚାଲିଆସିଛି ।