ୱାସିଂଟନ୍ : ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ଭାରତର ନୀତି ଅସ୍ଥିର ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ଆମେରିକାର ପ୍ରବଳ ଚାପ ସତ୍ତ୍ବେ ଭାରତ ନିଜର ବନ୍ଧୁ ରାଷ୍ଟ୍ର ରୁଷ୍ ବିରୋଧରେ କୌଣସି ବୟାନ ଦେଉନଥିବାରୁ କ୍ଷୁବ୍ଧ ବାଇଡେନ୍ ଏଭଳି ମନ୍ତବ୍ୟ ରଖିଛନ୍ତି। ସୂଚନାଯୋଗ୍ୟ, କ୍ବାଡ୍ ରାଷ୍ଟ୍ରମାନଙ୍କ ମଧ୍ୟରେ କେବଳ ଭାରତକୁ ଛାଡ଼ିଦେଲେ ଅନ୍ୟ ରାଷ୍ଟ୍ରମାନେ ରୁଷ୍ ବିରୋଧରେ ଆଭିମୁଖ୍ୟ କଠୋର କରିଛନ୍ତି। କିନ୍ତୁ ଭାରତ ଏହାର ନାଗରିକଙ୍କ ସୁରକ୍ଷା ଉପରେ ଫୋକସ୍ କରିଥିଲା ଏବଂ ଯୁଦ୍ଧ ପ୍ରବଣ ୟୁକ୍ରେନ୍ରୁ ଏହାର ନାଗରିକଙ୍କୁ ଖାଲି କରିବା ଉପରେ ଗୁରୁତ୍ବ ଦେଇଥିଲା। ପ୍ରତି ପ୍ଲାଟଫର୍ମ୍ରେ ଭାରତ ରୁଷ୍-ୟୁକ୍ରେନ୍ ଯୁଦ୍ଧର ସମାଧାନ ପାଇଁ ବାରମ୍ବାର ଅନୁରୋଧ କରିଥିଲା।
ୟୁକ୍ରେନ୍ ପ୍ରସଙ୍ଗରେ ଭାରତର ନୀତି ଅସ୍ଥିର: ବାଇଡେନ୍
/sambad/media/post_attachments/wp-content/uploads/2022/03/biden1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)