ନୂଆଦିଲ୍ଲୀ: ଆଗାମୀ ଯୁଦ୍ଧ ମହାକାଶରେ ଲଢ଼ାଯିବ। ଏହି ଲଢ଼େଇ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ମହାକାଶରେ ଯୁଦ୍ଧ ପାଇଁ ସ୍ବତନ୍ତ୍ର ଯୁଦ୍ଧାସ୍ତ୍ର ପ୍ରସ୍ତୁତି ଜାରି ରହିଛି। ବାୟୁସେନା ମୁଖ୍ୟ ଭି ଆର୍ ଚୌଧାରୀ ମଙ୍ଗଳବାର ଭବିଷ୍ୟତର ଯୁଦ୍ଧକୁ ନେଇ ଏଭଳି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ବାୟୁସେନା ମୁଖ୍ୟ କହିଛନ୍ତି, ଆମ ସମ୍ପଦକୁ ସୁରକ୍ଷା ଦେବାପାଇଁ ଉଭୟ ଆକ୍ରମଣାତ୍ମକ ଓ ରକ୍ଷାତ୍ମକ ଦକ୍ଷତା ବୃଦ୍ଧି କରିବା ଜରୁରୀ ହୋଇପଡ଼ିଛି। ପରବର୍ତ୍ତୀ ଯୁଦ୍ଧ ମାଟି, ପାଣି, ବାୟୁ, ସାଇବର ଓ ମହାକାଶ ସବୁଆଡ଼କୁ ବ୍ୟାପିବ ଏବଂ ଏହା ଆଉ ବେଶୀ ଡେରି ନାହିଁ।
ତେଣୁ ଆମକୁ ଆମ ସମ୍ପଦର ସୁରକ୍ଷା ପାଇଁ ମହାକାଶ ଯୁଦ୍ଧ ଦକ୍ଷତା ବିକାଶ କରିବାର ଆବଶ୍ୟକତା ରହିଛି ଏବଂ ଆମେ ସେହି ଦିଗରେ ଅଗ୍ରସର ହେଉଛୁ। ବାୟୁସେନା ମୁଖ୍ୟ କହିଛନ୍ତି, ଆମର ପଡ଼ୋଶୀମାନେ ସର୍ବଦା ଅପ୍ରତ୍ୟାଶିତ ଭାବେ ଆକ୍ରମଣ କରନ୍ତି। ତେଣୁ ଆମକୁ ଆମ ସାମୁହିକ ଶକ୍ତି ବଢ଼ାଇବାକୁ ପଡ଼ିବ। ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏୟାର ଚିଫ୍ ମାର୍ଶାଲ କହିଛନ୍ତି, ମହାକାଶରେ ସ୍ବତନ୍ତ୍ର ଯୁଦ୍ଧ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ଏବଂ ବିଶ୍ବର ଯେ କୌଣସି ଶକ୍ତିର ମୁକାବିଲା ପାଇଁ ଆମ ସାମର୍ଥ୍ୟରେ ନିରନ୍ତର ବିକାଶ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/54dg654gd6j5djggdjdgjdjgjg.jpg)