ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରକୁ ଗୁଳି ଘଟଣାରେ ଭାରତର ପ୍ରତିକ୍ରିୟା; ‘ଆମେ ତୀକ୍ଷ୍ଣ ନଜର ରଖିଛୁ’…

ନୂଆଦିଲ୍ଲୀ: ପାକିସ୍ତାନରେ ରାଲି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗୁଳି କରାଯିବା ଘଟଣାରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛି ଭାରତ। ଭାରତ କହିଛି ଯେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଗୁରୁବାର ଏକ ରାଲି ସମୟରେ ଇମ୍ରାନ ଖାନଙ୍କୁ ଗୁଳି କରାଯିବା ଘଟଣା ଓ ଏହି ଘଟଣାକୁ କେନ୍ଦ୍ର କରି ପାକିସ୍ତାନରେ ଘଟୁଥିବା ପ୍ରତ୍ୟେକଟି ଘଟଣା ବା ବିକାଶ ଉପରେ ଏହା ତୀକ୍ଷ୍ଣ ନଜର ରଖିଛି।

ଏହି ଘଟଣା ଅପରାହ୍ଣରେ ଘଟିଛି। ଆମେ ଏହା ଉପରେ ତୀକ୍ଷ୍ଣ ନଜର ରଖିଛୁ। ଏବଂ ଏହାକୁ ନେଇ ସୃଷ୍ଟି ହେଉଥିବା ପ୍ରତ୍ୟେକଟି ବିକାଶ ଉପରେ ମଧ୍ୟ ନଜର ରଖିବୁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି।

ପାକିସ୍ତାନର ପଞ୍ଜାବ ପ୍ରଦେଶର ୱାଜିରାବାଦରେ ଏକ ରାଲି ଚାଲିଥିବା ସମୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୁଳିବିନିମୟରେ ଆହତ ହୋଇଥିଲେ ଏବଂ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ତାଙ୍କ ଡାହାଣ ଗୋଡରେ ବ୍ୟାଣ୍ଡେଜ୍‌ ହୋଇଥିଲା।

ଏହି ଘଟଣାରେ ଆକ୍ରମଣକାରୀ ଶେହବାଜ ସରିଫକୁ ପାକିସ୍ତାନ ପୁଲିସ ଗିରଫ କରିଛି। ପାକିସ୍ତାନ ସରକାରଙ୍କ ବିରୋଧରେ ଚାଲିଥିବା ଏକ ରାଲିକୁ ସମ୍ବୋଧିତ କରିବା ପାଇଁ ଏକ କଣ୍ଟେନର ଟ୍ରକ ଉପରେ ଠିଆ ହୋଇଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରକୁ ତଳୁ ଆକ୍ରମଣକାରୀ ଜଣକ ଗୁଳି ଚଳାଇଥିଲ। ଏହି ଘଟଣାରେ ଅତି କମରେ ଚାରିଜଣ ନେତା ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର