କରୋନା ମହାମାରୀ ଭିତରେ ଆଶ୍ୱସ୍ତିର ଖବର: ବିଶ୍ୱରେ ସୁସ୍ଥତା ସଂଖ୍ୟାରେ ଶୀର୍ଷରେ ଭାରତ, ୯୦% ଆକ୍ରାନ୍ତ ସୁସ୍ଥ; ଆମେରିକାରେ ସୁସ୍ଥତା ହାର ମାତ୍ର ୬୫%

ନୂଆଦିଲ୍ଲୀ: ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସୁସ୍ଥତା ହାରରେ ଭାରତ ଏନ ନୂଆ ରେକର୍ଡ କରିଛି । ଭାରତରେ କରୋନା ସୁସ୍ଥତା ହାର ୯୦ ପ୍ରତିଶତରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସଂକ୍ରମିତ ହୋଇଥିବା ମୋଟ ରୋଗୀଙ୍କ ମଧ୍ୟରୁ ୯୦ ପ୍ରତିଶତ ଅର୍ଥାତ ୭୦ ଲକ୍ଷ ୭୮ ହଜାର ୧୨୩ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଏବେ ସମୁଦାୟ  ସଂକ୍ରମିତଙ୍କ ମଧ୍ୟରୁ ୮.୫୦ ପ୍ରତିଶତ ଅର୍ଥାତ  ୬ ଲକ୍ଷ ୬୮ ହଜାର ୧୫୪ ଜଣ ସକ୍ରିୟ ଅଛନ୍ତି । ତେବେ ମହାମାରୀ କରୋନା ଯୋଗୁଁ ଦେଶରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୧.୫୧ ପ୍ରତିଶତ ବା ୧ଲକ୍ଷ ୧୮ ହଜାର ୫୩୪ ଜଣଙ୍କର ମୃତ୍ୟୁ ହୋଇଛି ।

The Federal News

ତେବେ ୱାର୍ଲ୍ଡୋମିଟରର ତଥ୍ୟ ଅନୁସାରେ ବ୍ରାଜିଲରେ ସୁସ୍ଥତା ହାର ୮୯.୫ ପ୍ରତିଶତ ଥିବା ବେଳେ ଋଷିଆରେ ୭୫.୫ ପ୍ରତିଶତ ରହିଛି । କିନ୍ତୁ ଆକ୍ରାନ୍ତ ସଂଖ୍ୟାର ଶୀର୍ଷରେ ଥିବା ଆମେରିକା କ୍ଷେତ୍ରରେ ସୁସ୍ଥତା ହାର ବେଶ୍ କମ୍ ରହିଛି । ଆମେରିକାରେ ସୁସ୍ଥତା ହାର ମାତ୍ର ୬୫ ପ୍ରତିଶତ ।  ବର୍ତ୍ତମାନ  ଭାରତରେ ସୁସ୍ଥତା ହାର ବିଶ୍ୱରେ ସର୍ବାଧିକ ରହିଛି ।

ଅନ୍ୟପଟେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଆଜି ଦେଶରେ କରୋନାରେ  ମାତ୍ର ୫୭୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ୫୦ ହଜାର ୧୨୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ।

ସମ୍ବନ୍ଧିତ ଖବର