ଜାତିସଂଘରେ ଗୃହୀତ ହେଲା ଭାରତର ଆତଙ୍କବାଦ ନିରୋଧୀ ସଂକଳ୍ପ

ନ୍ୟୁୟର୍କ: ମିଳିତ ଜାତିସଂଘରେ ଭାରତକୁ ଏକ ବଡ଼ ସଫଳତା ମିଳିଛି । ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧୀ ଟି.ଏସ୍. ତିରୁମୂର୍ତ୍ତୀ ବୁଧବାର ଘୋଷଣା କରିଛନ୍ତି ଯେ ଆତଙ୍କବାଦ ଦମନ ପ୍ରସଙ୍ଗରେ ଭାରତର ବାର୍ଷିକ ସଂକଳ୍ପ ଜାତିସଂଘ ସାଧାରଣ ପରିଷଦରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି । ଭାରତର ଏହି ସଂକଳ୍ପକୁ ୭୫ରୁ ଅଧିକ ଦେଶ ସମର୍ଥନ କରିଥିଲେ ।

ଟ୍ବିଟ୍ କରି ତିରୁମୂର୍ତ୍ତୀ କହିଛନ୍ତି ଯେ ଭାରତ ଆତଙ୍କବିରୋଧୀ ସଂଗ୍ରାମରେ  ଆଗଧାଡ଼ିରେ ରହିଛି । ଭାରତ ଦ୍ବାରା ଆଗତ ବାର୍ଷିକ ସଂକଳ୍ପ “ ଆତଙ୍କବାଦୀଙ୍କ ଦ୍ବାରା ଗଣସଂହାରକାରୀ ଅସ୍ତ୍ରଶସ୍ତ୍ର ସଂଗ୍ରହ ନିରୋଧୀ ପଦକ୍ଷେପ”କୁ ୭୫ଟି ଦେଶଙ୍କ ସମର୍ଥନ ମିଳିଛି ଓ ଏହା  ସାଧାରଣ ପରିଷଦରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି ।

ଗଣସଂହାରକାରୀ ଅସ୍ତ୍ରଶସ୍ତ୍ର ଯେପରି ଆତଙ୍କବାଦୀଙ୍କ ହାତରେ ନ ପଡ଼େ, ସେ ଦିଗରେ ବିଶ୍ବ ସ୍ତରରେ ଉଦ୍ୟମ ଆବଶ୍ୟକ ବୋଲି ଏହି ସଂକଳ୍ପ ମାଧ୍ୟମରେ ଭାରତ ବିଶ୍ବ ସମୁଦାୟକୁ ନିବେଦନ କରିଛି ।

ସମ୍ବନ୍ଧିତ ଖବର