ଚୀନ୍‌ର ଯୁଦ୍ଧାଭ୍ୟାସକୁ ଭାରତର ଜବାବ, ବ୍ରହ୍ମୋସ୍‌ ସୁପର୍‌ସୋନିକ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତ ଆଜି ବ୍ରହ୍ମୋସ୍‌ ସୁପର୍‌ସୋନିକ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ର ସଂପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏବଂ ଏହାକୁ ଷ୍ଟେଲ୍‌ଥ ଡେଷ୍ଟ୍ରୟର ଆଇଏନ୍‌ଏସ୍‌ ଚେନ୍ନାଇରୁ ପରୀକ୍ଷଣ କରାଯାଇଥିଲା। ଏହା ଆରବ ସାଗରରେ ଏକ ଟାର୍ଗେଟ୍‌କୁ ଧ୍ବଂସ କରିଥିଲା ଏବଂ ଏଥିରେ ଶତ ପ୍ରତିଶତ ସଫଳତା ହାସଲ ହୋଇଥିବା ଜଣାପଡ଼ିଛି। ଭାରତ ଏବଂ ଚୀନ୍‌ ମଧ୍ୟରେ ଏବେ ବଡ଼ ଧରଣର ଉତ୍ତେଜନା ଲାଗି ରହିଥିବା ବେଳେ ଡିଆର୍‌ଡିଓ ଦ୍ବାରା ସୁପର୍‌ସୋନିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା ଚୀନ୍‌ ପାଇଁ ଏକ ବଡ଼ ବାର୍ତ୍ତା ବୋଲି କୁହାଯାଉଛି । ବିଗତ ୩୦ ଦିନ ମଧ୍ୟରେ ଡିଆର୍‌ଡିଓ ସ୍ବଦେଶୀ ନିର୍ମିତ ୮ଟି କ୍ଷେପଣାସ୍ତ୍ର ପରୀକ୍ଷା କରିସାରିଛି। ବ୍ରହ୍ମୋସ ସୁପର୍‌ସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ପରମାଣୁ ଅସ୍ତ୍ର ବହନ କରିବାକୁ ସକ୍ଷମ । ଶବ୍ଦଠାରୁ ଅଧିକ ବେଗରେ ଗତି କରୁଥିବାରୁ ସୌର୍ଯ୍ୟ କ୍ଷେପଣାସ୍ତ୍ରର ମଧ୍ୟ ସଫଳ ପରୀକ୍ଷଣ ନିକଟରେ ସଂପନ୍ନ ହୋଇଛି।

ସମ୍ବନ୍ଧିତ ଖବର