ଇମ୍ରାନ ଖାଁଙ୍କୁ ଭାରତର କଡା ଜବାବ , ଏକ ପବିତ୍ର କାର୍ଯ୍ୟକ୍ରମର ରାଜନୀତିକରଣ କରିବା ଦୁର୍ଭାଗ୍ୟଜନକ

ନୂଆଦିଲ୍ଲୀ : କର୍ତ୍ତାରପୁର ପରି ଏକ ପବିତ୍ର କାର୍ଯ୍ୟକ୍ରମରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ରାଜନୀତି ପୁରାଇବାକୁ ଭାରତ ସରକାର ତୀବ୍ର ବିରୋଧ କରିଛନ୍ତି । ଏ ସଂପର୍କରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏହି କାର୍ଯ୍ୟକ୍ରମ ଏକ ପବିତ୍ର କାର୍ଯ୍ୟକ୍ରମ ଥିଲା । କର୍ତ୍ତାରପୁର ସାହେବର ବିକାଶ ପାଇଁ ଶିଖ ସଂପ୍ରଦାୟ ବହୁଦିନଧରି ଦାବି କରିଆସୁଥିଲେ । କିନ୍ତୁ ଏହି ଅବସରରେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗ ଉଠାଇବା ଦୁର୍ଭାଗ୍ୟଜନକ । ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆଜି  କର୍ତ୍ତାରପୁର କରିଡର ଉଦଘାଟନ ଅବସରରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ । ଏହାର ଜବାବରେ ଭାରତ ପକ୍ଷରୁ ଏକଥା କୁହାଯାଇଛି ।

ପାକିସ୍ତାନରେ କର୍ତ୍ତାରପୁର କରିଡରର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗୋଟିଏ ପଟରେ ଭାରତ ସହ ଶାନ୍ତି ପାଇଁ ଆଗ୍ରହୀ ଥିବା ଦର୍ଶାଇଥିବାବେଳେ ଅନ୍ୟପଟେ ପରୋକ୍ଷରେ ଖଲିସ୍ଥାନୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି ।  ସେ କହିଛନ୍ତି ଯେ ମୁସଲମାନଙ୍କ ପାଇଁ ମହିନାର ଗୁରୁତ୍ୱ ଯାହା ଶିଖ ମାନଙ୍କ ପାଇଁ କର୍ତ୍ତାରପୁର ସାହେବର ଗୁରୁତ୍ୱ ଠିକ ସେୟା । ଭାରତରୁ ଆସୁଥିବା ଶିଖ ତୀର୍ଥଯାତ୍ରୀଙ୍କ ପାଇଁ ସବୁପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଏହି କରିଡର ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ସହାୟକ ହେବ ।

ସମ୍ବନ୍ଧିତ ଖବର