ଆମେରିକାକୁ ଭାରତର କଡ଼ା ଜବାବ, କ୍ୟାପିଟଲ ହିଲ ହିଂସା ସହିତ ଲାଲକିଲ୍ଲା ହିଂସାର ତୁଳନା

ନୂଆଦିଲ୍ଲୀ : ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ଉପରେ ଆମେରିକା ପରରାଷ୍ଟ୍ର ବିଭାଗର ମନ୍ତବ୍ୟର କଡ଼ା ଜବାବ ଦେଇଛି ଭାରତ । ଏପରିକି ଗଣତନ୍ତ୍ର ଦିବସ ଦିନ ହୋଇଥିବା ହିଂସାକୁ ଆମେରିକାରେ ହୋଇଥିବା କ୍ୟାପିଟଲ ହିଲ ହିଂସା ସହିତ ତୁଳନା କରିଛି ଭାରତ ।

ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଆମେରିକା ପରରାଷ୍ଟ୍ର ବିଭାଗର ମନ୍ତବ୍ୟ ଭାରତ ସରକାରଙ୍କ ନଜରକୁ ଆସିଛି । କୌଣସି ବିଷୟରେ ମନ୍ତବ୍ୟ ଦେବାବେଳେ ତାହା ଉକ୍ତପ୍ରସଙ୍ଗକୁ ଭଲଭାବରେ ବୁଝି ମନ୍ତବ୍ୟ ଦିଆଯିବା ଉଚିତ ।
ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ କୃଷକମାନଙ୍କ ସମସ୍ୟାର ସମାଧାନ କରାଯାଉଛି । ଯେଉଁମାନେ ଏହି ଘଟଣା ଉପରେ ନଜର ରଖିଛନ୍ତି, ସେମାନେ ଏହା ଉପରେ ସବିଶେଷ ଜ୍ଞାନ ଅର୍ଜନ କରିବା ପରେ ହିଁ ମନ୍ତବ୍ୟ ଦେବା ଉଚିତ ।

କ୍ୟାପିଟଲ ହିଲ ହିଂସାକୁ ନେଇ ଆମେରିକା ଲୋକଙ୍କ ମଧ୍ୟରେ ଯେଉଁ ପ୍ରତିକ୍ରିୟା ଦେଖାଯାଇଥିଲା ଲାଲକିଲ୍ଲା ହିଂସାକୁ ନେଇ ଭାରତରେ ସେପରି ପ୍ରତିକ୍ରିୟା ଦେଖାଦେଇଛି । ଏହି ହିଂସାରେ ସଂପୃକ୍ତ ଲୋକମାନଙ୍କ ବିରୁଦ୍ଧରେ ଆମ ଆଇନ ଅନୁସାରେ ପଦକ୍ଷେପ ନିଆଯାଉଛି ।

ସମ୍ବନ୍ଧିତ ଖବର