ଭାରତରେ ଶାସନ କରୁଥିବା ଦଳ ମୁସଲିମ ଓ ପାକିସ୍ତାନ ବିରୋଧୀ : ଇମ୍ରାନ ଖାଁ

ଇସ୍ଲାମାବାଦ : ଭାରତରେ ଶାସନ କରୁଥିବା ମୋଦି ସରକାର ମୁସଲମାନ ଓ ପାକିସ୍ତାନ ବିରୋଧୀ ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ନିର୍ବାଚନକୁ ଲକ୍ଷ୍ୟ ରଖି ଏହି ସରକାର ଆମ (ପାକିସ୍ତାନ)ର ଶାନ୍ତି କଥାବାର୍ତ୍ତା ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଲେ ବୋଲି ସେ ଅଭିଯୋଗ କରିଛନ୍ତି । ଆମେରିକୀୟ ସମ୍ବାଦପତ୍ର ଓ୍ଵାସିଂଟନ ପୋଷ୍ଟକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଭାରତରେ ବର୍ତ୍ତମାନ ଶାସନ କରୁଥିବା ଦଳ (ବିଜେପି) ମୁସଲିମ ବିରୋଧୀ ଓ ପାକିସ୍ତାନ ବିରୋଧୀ । ଭାରତ ତାଙ୍କର ଶାନ୍ତି କଥାବାର୍ତ୍ତା ପ୍ରସ୍ତାବକୁ ଗ୍ରହଣ କଲା ନାହିଁ କାରଣ ଆଗକୁ ନିର୍ବାଚନ ଅଛି । ଆଶା କରୁଛୁ ଯେ ନିର୍ବାଚନ ପରେ ପୁଣି ଥରେ ଶାନ୍ତି କଥାବାର୍ତ୍ତା ଲାଗି ଉଦ୍ୟମ ଆରମ୍ଭ ହେବ ।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଇମ୍ରା ଖାଁ ଭାରତ ସହ ଶାନ୍ତି ପାଇଁ ଆଗ୍ରହୀ ବୋଲି କହିଥିଲେ । ଜାତିସଂଘ ସାଧାରଣ ପରିଷଦ ବୈଠକ ବେଳେ ଦୁଇଦେଶର ବୈଦେଶିକ ମନ୍ତ୍ରୀସ୍ତରୀୟ କଥାବାର୍ତ୍ତା ଲାଗି ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ଭାରତ ଏହାକୁ ପ୍ରଥମେ ଗ୍ରହଣ କରିଥିଲେ ମଧ୍ୟ ପରେ ଅଗ୍ରାହ୍ୟ କରିଦେଇଥିଲା ।

ସମ୍ବନ୍ଧିତ ଖବର