ଚୀନକୁ ତାଳ ଦେଇ ଭୁଟାନରେ ମହାକାଶ ଗ୍ରାଉଣ୍ଡ ସେଣ୍ଟର ସ୍ଥାପନ କଲା ଭାରତ

ନୂଆଦିଲ୍ଲୀ : ତିବ୍ଦତରେ ଭାରତୀୟ ସୀମାଠାରୁ ମାତ୍ର ୧୨୫ କିଲୋମିଟର ଦୂରରେ ଚୀନ ନିର୍ମାଣ କରିଛି ଏକ ଅତ୍ୟାଧୁନିକ ସାଟେଲାଇଟ ଟ୍ରାକିଂ ସେଣ୍ଟର ଓ ଆଷ୍ଟ୍ରୋନୋମିକାଲ ଅବଜରଭୋଟୋରୀ । ଏହା ମହାକାଶ ଗବେଷଣା ପାଇଁ ନିର୍ମାଣ କରାଯାଇଥିବା ଚୀନ କହୁଥିଲେ ମଧ୍ୟ ପ୍ରକୃତରେ ଏହା ଭାରତ ଉପରେ ନଜର ରଖିବାକୁ ଉଦ୍ଦିଷ୍ଟ ବୋଲି କୁହାଯାଉଛି । କିନ୍ତୁ ଏହାର ଜବାବ ଦେବାକୁ ଭାରତ ପ୍ରସ୍ତୁତ ହୋଇଯାଇଛି ।

ଭାରତ ଭୁଟାନରେ ଏହିପରି ଏକ ଗ୍ରାଉଣ୍ଡ ସେଣ୍ଟର ସ୍ଥାପନ କରିବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଏହାକୁ ନିର୍ମାଣ କରାଯାଉଛି । ତେବେ ଏହି ଗ୍ରାଉଣ୍ଡ ସେଣ୍ଟର ଦ୍ୱାରା ଭୁଟାନ ମଧ୍ୟ ଉପକୃତ ହୋଇପାରିବ । ଗତ ମଇ ମାସରେ ଭାରତ ମହାକାଶକୁ ଛାଡିଥିବା ଦକ୍ଷିଣ ଏସିଆ ସାଟେଲାଇଟ ମାଧ୍ୟମରେ ଏହା ସମ୍ଭବ ହୋଇପାରିବ । ବିଶେଷକରି ପ୍ରାକୃତିକ ବିପର୍ଯ୍ୟୟ, ଟେଲିମେଡିସିନ, ପାଣିପାଗ ସୂଚନା ପାଇପାରିବ ଭୁଟାନ । ଅନ୍ୟପକ୍ଷରେ ଭାରତ ମଧ୍ୟ ତିବ୍ଦତରେ ଚୀନର କାର୍ଯ୍ୟକଳାପ ଉପରେ ମଧ୍ୟ ଭାରତ ନଜର ରଖିପାରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

ସମ୍ବନ୍ଧିତ ଖବର