ସଫଳ ଚନ୍ଦ୍ର ଅଭିଯାନ ପରେ ସୂର୍ଯ୍ୟ ଉପରେ ଇସ୍ରୋର ଆଖି, ଆସନ୍ତା ବର୍ଷ ଆରମ୍ଭ ହେବ ଭାରତର ସୂର୍ଯ୍ୟ ଅଭିଯାନ – ଆଦିତ୍ୟ ଏଲ-୧

ଭୁବନେଶ୍ୱର : ଚନ୍ଦ୍ର ଓ ମଙ୍ଗଳଯାନର ସଫଳତା ପରେ ଇସ୍ରୋ ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ନିଜର ସୂର୍ଯ୍ୟ ଅଭିଯାନ ଆରମ୍ଭ କରିବ । ପୂର୍ବରୁ ଏହି ଅଭିଯାନର ନାମ ଆଦିତ୍ୟ-୧ ଥିବାବେଳେ ଏବେ ଏହାର ନାମ ଆଦିତ୍ୟ ଏଲ-୧ ମିଶନ ବୋଲି ନାମିତ କରାଯାଇଛି । ଆଦିତ୍ୟ-୧ର ଲକ୍ଷ୍ୟ ଥିଲା ସୂର୍ଯ୍ୟର କରୋନାର ଅଧ୍ୟୟନ, କିନ୍ତୁ ଆଦିତ୍ୟ ଏଲ-୧ ମିଶନର ଲକ୍ଷ୍ୟ ହେଉଛି କରୋନା ସହ ସୂର୍ଯ୍ୟର ଫଟୋସ୍ପେୟର ( ସୂର୍ଯ୍ୟରୁ ନିର୍ଗତ ହେଉଥିବା ଏକ୍ସ-ରେ ଓ ଅତିବାଇଗିଣୀ ରଶ୍ମୀ )ସଂପର୍କରେ ଅଧ୍ୟୟନ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

କରୋନୋଗ୍ରାଫ ଯନ୍ତ୍ର ଦ୍ୱାରା ଏହି ଉପଗ୍ରହ ସୂର୍ଯ୍ୟର ଅଧ୍ୟୟନ କରିବ ଯେଉଁଥିରେ ଅତି ବାଇଗଣୀ ରଶ୍ମୀ,ସୌର ଝଡ଼ ଓ ବିଭିନ୍ନ ପ୍ରକାର ବିକିରଣ ସମ୍ବନ୍ଧରେ ସୂଚନା ପ୍ରଦାନ କରିବ। ଏହି ଉପଗ୍ରହ ମାଧ୍ୟମରେ ସବୁଠୁ ଚମତ୍କାରୀ‘ସୌର ମେକ୍ସିମା’ ସମ୍ବନ୍ଧରେ ମଧ୍ୟ ତଥ୍ୟ ମିଳିପପାରିବ। ଉଲ୍ଲେଖଯୋଗ୍ୟଯେ,ପ୍ରତି ୧୧ ବର୍ଷରେ ଥରେ ସୂର୍ଯ୍ୟ ନିଜ କକ୍ଷପଥରେ ପରିକ୍ରମଣ କରିବାକୁ ସୌର ମେକ୍ସିମା କୁହାଯାଏ। ଏହା ପ୍ରଭାବରେ ପୃଥିବୀ ପୃଷ୍ଠରେ ଅନେକ ପ୍ରାକୃତିକ ପରିବର୍ତ୍ତନ ମଧ୍ୟ ଦେଖାଯାଇଥାଏ। ଶେଷଥର ପାଇଁ ୨୦୧୨ ମସିହାରେ ଏହା ହୋଇଥିଲା,ଯେଉଁଥିପାଇଁକି ସେତେବେଳେ ପୃଥିବୀ ଧ୍ୱଂସ ହେବା ନେଇ ଚର୍ଚ୍ଚା ହେଉଥିଲା। ସୂର୍ଯ୍ୟ ଏକ ଜ୍ୱଳନ୍ତ ପିଣ୍ଡ ହୋଇଥିବା ବେଳେ ଏହାର କେନ୍ଦ୍ରରେ ସୃଷ୍ଟି ହେଉଥିବା ରସାୟନିକ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ୁ ଆଦିତ୍ୟ ଏଲ-୧ ତଥ୍ୟ ପ୍ରଦାନ କରିବ।

ସମ୍ବନ୍ଧିତ ଖବର