ଭାରତର ମୋଟ କରୋନା ସଂକ୍ରମିତ ସଂଖ୍ୟା ୨୫ ହଜାର ନିକଟବର୍ତ୍ତୀ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତ ସଂଖ୍ୟା ୨୫ହଜାର ନିକଟବର୍ତ୍ତୀ ହୋଇଛି । ଏହା ସହିତ ମୃତ୍ୟୁସଂଖ୍ୟା ୭୭୯ରେ ପହଞ୍ଚିଛି ।
ଆଜି ସଂଧ୍ୟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୨୪,୯୪୨ରେ ପହଞ୍ଚିଛି । ଏହା ମଧ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୮୯୫୩ ଓ ମୃତ୍ୟୁସଂଖ୍ୟା ୭୭୯ରେ ପହଞ୍ଚିଛି । ତେବେ ଦେଶରେ ଏପର୍ଯ୍ୟନ୍ତ ମୋଟ ୫୨୦୯ ଜଣ ସୁସ୍ଥ ହେଲେଣି । ଦେଶର ମୃତ୍ୟୁ ହାର ୩ ପ୍ରତିଶତ ଥିବାବେଳେ ଆରୋଗ୍ୟ ହାର ୨୦ ପ୍ରତିଶତ ରହିଛି ।

ତେବେ ଗତ ୨୪ ଘଣ୍ଟାରେ ଦେଶର କରୋନା ସଂକ୍ରମିତ ବୃଦ୍ଧି ହାର ମାତ୍ର ୬ ପ୍ରତିଶତ ରହିଛି । ଦେଶରେ ସଂକ୍ରମଣ ସଂଖ୍ୟା ଛୁଇଁବା ପରେ ଏହା ହେଉଛି ସର୍ବନିମ୍ନ ଦୈନିକ ବୃଦ୍ଧି ହାର ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଭାରତୀୟ ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ଅବସ୍ଥା ଦିନକୁ ଦିନ ଖରାପ ହେଉଛି । ରାଜ୍ୟର ମୋଟ ସଂକ୍ରମିତ ସଂଖ୍ୟା ୫୫୫୯ ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୩୦୧ ରେ ପହଞ୍ଚିଛି । ମହାରାଷ୍ଟ୍ର ପଛକୁ ଗୁଜୁରାଟ ଓ ଦିଲ୍ଲୀ ରହିଛନ୍ତି । ସମଗ୍ର ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮ ଲକ୍ଷ ୫୦ ହଜାର ଟପିଯାଇଥିବାବେଳେ ମୃତ୍ୟୁସଂଖ୍ୟା ୧ଲକ୍ଷ ୯୮ ହଜାର ଓ ଆରୋଗ୍ୟ ସଂଖ୍ୟା ୮ ଲକ୍ଷ ଟପିଯାଇଛି ।

ସମ୍ବନ୍ଧିତ ଖବର