ଭାରତର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩,୮୩୫, ମୃତ୍ୟୁସଂଖ୍ୟା ୪୫୨କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩,୮୩୫ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧,୬୧୬, ମୃତ୍ୟୁସଂଖ୍ୟା ୪୫୨ ଓ ଆରୋଗ୍ୟ ସଂଖ୍ୟା ୧୭୬୬ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସର୍ବଶେଷ ତଥ୍ୟରୁ ଜଣାପଡ଼ିଛି ।

ଭାରତର ରାଜ୍ୟମାନଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପିଯାଇଛି । ଆଜି ସଂଧ୍ୟା ସୁଦ୍ଧା ଏହି ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨୦୫ରେ ପହଞ୍ଚିଛି, ଏହା ମଧ୍ୟରୁ ମୃତ୍ୟୁସଂଖ୍ୟା ୧୯୪କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ର ପଛକୁ ରହିଛନ୍ତି ଦିଲ୍ଲୀ ଓ ତାମିଲନାଡୁ । ଏହି ଦୁଇ ରାଜ୍ୟରେ ସଂକ୍ରମିତ ସଂଖ୍ୟା ଯଥାକ୍ରମେ ୧୬୪୦ ଓ ୧୩୦୮ ରହିଛି ।

ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ଦେଶର ମୋଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ଆରୋଗ୍ୟ ଓ ମୃତ୍ୟୁ ଅନୁପାତ ୮୦:୨୦ ରହିଛି । ଅର୍ଥାତ ପ୍ରତି ୧୦୦ ଜଣରେ ୮୦ ଜଣ ଆରୋଗ୍ୟ ହେଉଛନ୍ତି ଓ ୨୦ ଜଣ ମୃତ୍ୟୁବରଣ କରୁଛନ୍ତି । ଏହା ବିଶ୍ୱର ଅଧିକାଂଶ ଦେଶମାନଙ୍କ ତୁଳନାରେ ଅଧିକ ।
ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨ ଲକ୍ଷ ଟପିଯାଇଥିବାବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୭ ହଜାରରେ ପହଞ୍ଚିଛି । ତେବେ ବିଶ୍ୱରେ ଏପର୍ଯ୍ୟନ୍ତ ୫ ଲକ୍ଷ ୫୮ ହଜାର ଲୋକ ସୁସ୍ଥ ହେଲେଣି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୭୭ ହଜାର ଓ ମୃତ୍ୟୁସଂଖ୍ୟା ୩୪୬୧୭ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର