ଭାରତରେ ୧୭୬୫୬ ସଂକ୍ରମିତ, ୨୮୪୧ ଜଣ ଆରୋଗ୍ୟ ହେଲେଣି

ନୂଆଦିଲ୍ଲୀ : ଭାରତର ମୋଟ କରୋନା ସଂକ୍ରମିତ ସଂଖ୍ୟା ୧୭୬୫୬ରେ ପହଞ୍ଚିଛି । ଏହା ମଧ୍ୟରୁ ୧୪୨୫୫ଟି ସକ୍ରିୟ ସଂକ୍ରମଣ ମାମଲା ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୫୫୯ ରହିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସର୍ବଶେଷ, ତଥ୍ୟ ଅନୁସାରେ ଦେଶରେ ଏପର୍ଯ୍ୟନ୍ତ ୨୮୪୧ଜଣ କରୋନା କବଳରୁ ମୁକ୍ତ ହେଲେଣି । ଅର୍ଥାତ ଦେଶର ଆରୋଗ୍ୟ ହାର ୧୬ ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ସମଗ୍ର ବିଶ୍ୱର ଆରୋଗ୍ୟ ହାରଠାରୁ ଏହା କମ ରହିଛି । ବିଶ୍ୱରେ ଆରୋଗ୍ୟ ହାର ୨୬ ପ୍ରତିଶତ ଥିବାବେଳେ ମୃତ୍ୟୁହାର ୬.୮ ପ୍ରତିଶତ ରହିଛି ।

ସମଗ୍ର ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୬ ଲକ୍ଷ ଟପିଯାଇଥିବାବେଳେ ମୃତ୍ୟୁସଂଖ୍ୟା ୧ଲକ୍ଷ ୬୬ ହଜାର ଓ ଆରୋଗ୍ୟ ସଂଖ୍ୟା ୬.୩ ଲକ୍ଷ ଟପିଯାଇଛି । ଆମେରିକାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ଆମେରିକାର ମୋଟ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୬୫ ହଜାର ଓ ମୃତ୍ୟୁସଂଖ୍ୟା ୪୦ ହଜାରରେ ପହଞ୍ଚିଛି । ଭାରତରେ ମହାରାଷ୍ଟ୍ରର ଅବସ୍ଥା ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି । ମହାରାଷ୍ଟ୍ରର ମୋଟ ସଂକ୍ରମିତ ସଂଖ୍ୟା ୪୨୦୩ରେ ପହଞ୍ଚିଛି । ଏଠାରେ ମୃତ୍ୟୁସଂଖ୍ୟା ୨୨୩ରେ ପହଞ୍ଚିଛି । ଦିଲ୍ଲୀର ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୨ ହଜାର ଟପିଯାଇଛି । ତାମିଲନାଡ଼ୁର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮୫୧ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର