ଭାରତର ମୋଟ ସଂକ୍ରମିତ ସଂଖ୍ୟା ୨୧,୭୦୦ ଛୁଇଁଲା, ମୃତ୍ୟୁସଂଖ୍ୟା ୬୮୬

ନୂଆଦିଲ୍ଲୀ : ଭାରତର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୭୦୦ ରେ ଓ ମୃତ୍ୟୁସଂଖ୍ୟା ୬୮୬ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଦେଶର ମୋଟ ୨୧୭୦୦ ସଂକ୍ରମିତଙ୍କ ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୧୬୬୮୯, ମୃତ୍ୟୁସଂଖ୍ୟା ୬୮୬ ଓ ଆରୋଗ୍ୟ ସଂଖ୍ୟା ୪୩୨୪ରେ ପହଞ୍ଚିଛି ।

ଭାରତରେ ସଂକ୍ରମିତ ସଂଖ୍ୟା ବଢିଚାଲିଥିବାବେଳେ ତାହାର ଅଭିବୃଦ୍ଧି ହାର ନିୟନ୍ତ୍ରଣରେ ରହିଛି . ତେବେ ଏହା କେବେ ଶିଖର ଛୁଇଁବ ତାହା କହିବା ସମ୍ଭବ ନୁହେଁ ବୋଲି ଆଜି ଆଇସିଏମଆର ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରର ସ୍ଥିତି ଦିନକୁ ଦିନ ଅଧିକ ଖରାପ ହେଉଛି । ଏହି ରାଜ୍ୟର ମୋଟ ସଂକ୍ରମିତ ସଂଖ୍ୟା ୫୬୫୨ ରେ ପହଞ୍ଚିଛି । ଏହା ମଧ୍ୟରେ ମୃତ୍ୟୁସଂଖ୍ୟା ୨୬୯ ରହିଛି । ମହାରାଷ୍ଟ୍ର ପଛକୁ ଗୁଜରାଟ, ଦିଲ୍ଲୀ ଓ ରାଜସ୍ଥାନ ରହିଛନ୍ତି । ସମଗ୍ର ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୬ ଲକ୍ଷ ୬୧ ହଜାର ଟପିଯାଇଥିବାବେଳେ ମୃତ୍ୟୁସଂଖ୍ୟା ୧ଲକ୍ଷ ୮୫ ହଜାର ଓ ଆରୋଗ୍ୟ ସଂଖ୍ୟା ୭ ଲକ୍ଷ ୩୦ ହଜାର ଟପିଯାଇଛି । ଆମେରିକାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ଆମେରିକାର ମୋଟ ସଂକ୍ରମିତଙ୍କ ସଂଖ୍ୟା ସାଢେ ୮ ଲକ୍ଷରେ ପହଞ୍ଚିଛି ଓ ମୃତ୍ୟୁସଂଖ୍ୟା ୪୭ ହଜାର ଟପିଯାଇଛି । ସ୍ପେନର ସଂକ୍ରମିତ ସଂଖ୍ୟା ୨ ଲକ୍ଷ ୧୩ ହଜାର ଟପିଯାଇଛି ।

ସମ୍ବନ୍ଧିତ ଖବର