ଦେଶର ମୋଟ କରୋନା ସଂକ୍ରମିତ ସଂଖ୍ୟା ୩୩୬୧୦କୁ ବୃଦ୍ଧି, ମୃତ୍ୟୁସଂଖ୍ୟା ୧୦୭୫ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୧୦ ରେ ପହଞ୍ଚିଛି । ଏହା ମଧ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୪୧୬୨ ଥିବାବେଳେ ମୃତ୍ୟୁସଂଖ୍ୟା ୧୦୭୫ ରହିଛି । ତେବେ ଦେଶରେ ଏପର୍ଯ୍ୟନ୍ତ ୮୩୭୨ ଜଣ ଆରୋଗ୍ୟ ଲାଭ କଲେଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ସଂଧ୍ୟାରେ ପ୍ରକାଶିତ ବୁଲେଟିନରେ କୁହାଯାଇଛି ।

ଆଜି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ଦେଶର କରୋନା ଜନିତ ମୃତ୍ୟୁହାର ୩ ପ୍ରତିଶତ ଓ ଆରୋଗ୍ୟ ହାର ୨୫ ପ୍ରତିଶତ ରହିଛି । ଦେଶର ମୋଟ ୧୦୭୫ ମୃତକଙ୍କ ମଧ୍ୟରୁ ୭୮ ପ୍ରତିଶତଙ୍କର ପୂର୍ବରୁ ଅନ୍ୟ ରୋଗଥିଲା । ମୃତକଙ୍କ ମଧ୍ୟ ପ୍ରାୟ ୪୯ ପ୍ରତିଶତଙ୍କ ବୟସ ୬୦ ବର୍ଷରୁ କମ ଓ ୫୧ ପ୍ରତିଶତଙ୍କ ବୟସ ୬୦ ବର୍ଷରୁ ଅଧିକ । ୧୪ ପ୍ରତିଶତଙ୍କ ବୟସ ୪୫ ବର୍ଷରୁ କମ ବୋଲି ଜଣାପଡ଼ିଛି ।

ମହାରାଷ୍ଟ୍ରରେ ମୋଟ ସଂକ୍ରମଣ ସଂଖ୍ୟା ୭୮୯୦ ଥିବାବେଳେ ମୃତ୍ୟୁସଂଖ୍ୟା ୪୩୨ ରହିଛି । ୨ୟ ଓ ୩ୟ ସ୍ଥାନରେ ଯଥାକ୍ରମେ ଗୁଜୁରାଟ ଓ ଦିଲ୍ଲୀ ରହିଛନ୍ତି । ଏହି ଦୁଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଯଥାକ୍ରମେ ୩୩୫୮ ଓ ୨୨୯୧ ଓ ମୃତ୍ୟୁସଂଖ୍ୟା ଯଥାକ୍ରମେ ୧୯୫ ଓ ୫୬ ରହିଛି ।

ସମ୍ବନ୍ଧିତ ଖବର