ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭୮୯, ମୃତ୍ୟୁସଂଖ୍ୟା ୧୨୪ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭୮୯ ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୩୧୨ ଥିବାବେଳେ ମୃତ୍ୟୁସଂଖ୍ୟା ୧୨୪ ରେ ପହଞ୍ଚିଛି । ଦେଶରେ ୩୫୨ ଜଣ ଆରୋଗ୍ୟ ଲାଭ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟରେ କୁହାଯାଇଛି ।

ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ଟପିଯାଇଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୧୫୦ଟି ନୂଆ ମାମଲା ଜଣାପଡ଼ିଛି । ମହାରାଷ୍ଟ୍ର ପଛକୁ ତାମିଲନାଡୁ ଓ ଦିଲ୍ଲୀ ଅଛନ୍ତି । ଏହି ଦୁଇ ରାଜ୍ୟରେ ଯଥାକ୍ରମେ ୬୯୦ ଓ ୫୨୫ଟି ସଂକ୍ରମିତ ମାମଲା ରହିଛି ।

ସମଗ୍ର ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩ ଲକ୍ଷ ୬୫ ହଜାରରେ ପହଞ୍ଚିଛି । ଏହା ସହିତ ମୃତ୍ୟୁସଂଖ୍ୟା ୭୬,୫୦୪ରେ ପହଞ୍ଚିଛି । ସୁଖର କଥା ହେଉଛି ସମଗ୍ର ବିଶ୍ୱରେ ପ୍ରାୟ ୨ ଲକ୍ଷ ୯୩ ହଜାର ୯୧୦ ଜଣ ଲୋକ ଆରୋଗ୍ୟଲାଭ କରିଛନ୍ତି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୬୯ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧୧,୦୧୩ ରେ ପହଞ୍ଚିଛି । ଇଟାଲିରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୨ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧୬୫୨୩ ରେ ପହଞ୍ଚିଛି । ସ୍ପେନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୪୦ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧୩୭୯୮ ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର