ସୟଦ ଆକବରୁଦ୍ଦିନ ପାଳିଲେ ଦୀପାବଳି

ନୂଆଦିଲ୍ଲୀ : ମିଳିତ ଜାତିସଂଘର ସ୍ଥାୟୀ ପ୍ରତିନିଧି ଭାରତୀୟ ରାଷ୍ଟ୍ରଦୂତ ସୟଦ ଆକ୍‌ବରୁଦ୍ଦିନ ଦୀପାବଳି ପାଳନ କରୁଥିବା ଏକ ଫଟୋ ଟ୍ବିଟ୍‌ କରିବା ପରେ ଏହା ବହୁଳ ମାତ୍ରାରେ ଭାଇରାଲ ହୋଇଛି। ସେ ଟ୍ବିଟ୍‌ କରିଛନ୍ତି ଯେ, ‌କିଛି ଲୋକ ନିଜ ଘରେ, ନିଜ ସହରରେ ବିଳମ୍ବରେ ହେଉ କି ଶୀଘ୍ର ଦୀପାବଳି ପାଳିଛନ୍ତି। ଆଉ କିଛି ମୋ’ ଭଳି ୧୦ ହଜାର ଫୁଟ ଉଚ୍ଚରେ ପାଳିଛନ୍ତି। ବ୍ୟାଟେରି ଚାଳିତ ଦୀପ ଜାଳୁଥିବାର ଏକ ଫଟୋ ସେ ନିଜର ସରକାରୀ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର