ସୁରକ୍ଷା ପରିଷଦକୁ ଭାରତର ବିଜୟରେ ଚୀନ୍‌ର ଗାତ୍ରଦାହ

ବେଜିଂ: ଜାତିସଂଘର ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ପାଇଁ ଅନୁଷ୍ଠିତ ନିର୍ବାଚନରେ ଭାରତର ବିଜୟ ଚୀନର ଗାତ୍ରଦାହ କରିଥିବା ତାହାର ପ୍ରତିକ୍ରିୟାରୁ ସ୍ପଷ୍ଟ ହୋଇଛିା ଜାତିସଂଘର ଏହି ଗୁରୁତ୍ବପୂର୍ଣ୍ଣ ସଂଗଠନର ସଦସ୍ୟତା ଲାଭ ପାଇଁ ଭାରତ ଦୀର୍ଘ ବର୍ଷ ଧରିି ଉଦ୍ୟମ ଜାରି ରଖିଥିବା ବେଳେ ଚୀନ୍ ଲଗାତାର ବିରୋଧ କରି ଆସିଛି। ତେବେ ଏସୀୟ–ପ୍ରଶାନ୍ତମହାସାଗରୀୟ ଗୋଷ୍ଠୀ ଉେଦ୍ଦଶ୍ୟରେ ସଂରକ୍ଷିତ ଏହି ଅସ୍ଥାୟୀ ସଦସ୍ୟତା ପାଇଁ ସଦ୍ୟ ସମାପ୍ତ ନିର୍ବାଚନରେ ଭାରତ ମୋଟ ୧୯୨ ଭୋଟରୁ ୧୮୪ ସମର୍ଥନ ସହ ବିପୁଳ ବିଜୟ ହାସଲ କରିଛିା ଏଥିପାଇଁ ଭାରତକୁ ଜର୍ମାନୀ, ନରୱେ ଏବଂ ୟୁକ୍ରେନ୍ ପରି ଦେଶ ଉଚ୍ଛ୍ବସିତ ସ୍ବାଗତ କରିଥିବା ବେଳେ ଚୀନର ଉଦାସୀନ ପ୍ରତିକ୍ରିୟା ତାହାର ହୀନମନ୍ୟତାକୁ ପଦାରେ ପକାଇଛିା

ସମ୍ପ୍ରତି ସୀମାକୁ କେନ୍ଦ୍ର କରି ଭାରତ ସହ ରକ୍ତାକ୍ତ ସମ୍ପର୍କରେ ଲିପ୍ତ ଥିବା ଚୀନ୍ ଭାରତର ଏହି ନୂତନ ଅବତାର ସମ୍ପର୍କରେ କିପରି ଅନୁଭବ କରୁଛି ବୋଲି ପଚରାଯିବାରେ ଚୀନ୍ କର୍ତ୍ତୃପକ୍ଷ ଏହାକୁ ଚତୁରତାର ସହ ଏଡ଼ାଇ ଯାଇ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହିସାବରେ ନୂତନ ସଦସ୍ୟମାନଙ୍କ ସହ ସୁସମ୍ପର୍କ ରଖିବାକୁ ହେବ ବୋଲି କହିଥିଲେ। ଏପରିକି ଏ ପ୍ରସଙ୍ଗରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ୍ ଭାରତର ନାମ ନେବାକୁ ମଧ୍ୟ ପସନ୍ଦ ନ କରିବା ଅନ୍ୟମାନଙ୍କୁ ଚକିତ କରିଛି। ତେବେ ଚଳିତ ଥରକୁ ମିଶାଇ ଭାରତ ଅଷ୍ଟମ ଥର ଲାଗି ଜାତିସଂଘର ଏହି ଗୁରୁତ୍ବପୂର୍ଣ୍ଣ ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ଯୋଗଦେବ ବୋଲି ଜଣାଯାଇଛିା ଆସନ୍ତା ଜାନୁଆରି ମାସରୁ ତାହାର ଦୁଇ ବର୍ଷିଆ କାର୍ଯ୍ୟକାଳ ଆରମ୍ଭ ହେବାକୁ ଥିବା ବେଳେ ଶେଷ ଥର ପାଇଁ ୨୦୧୧ରେ ନିର୍ବାଚିତ ହେବା ପର ଠାରୁ ଦୀର୍ଘ ୧୦ ବର୍ଷ ହେଲା ଏଥିପାଇଁ ଉଦ୍ୟମ କରି ଆସୁଥବା ଭାରତକୁ ଆନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ସହ ଜଡି଼ତ ୪ ପ୍ରକାର ଆହ୍ବାନର ମୁକାବିଲା କରିବାକୁ ପଡି଼ଛି।

ସମ୍ବନ୍ଧିତ ଖବର