‘ହୁ’ ୱେବ୍‌ସାଇଟ୍‌ରେ ଭାରତର ଭୁଲ ମାନଚିତ୍ର: କାଶ୍ମୀର-ଅରୁଣାଚଳକୁ ପାକିସ୍ତାନ ଏବଂ ଚୀନ୍‌ର ଅଂଶ ଭାବେ ଦେଖାଇଲା

ନୂଆଦିଲ୍ଲୀ : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ( ହୁ)ର କୋଭିଡ୍‌ ଡାସବୋର୍ଡ‌୍‌ରେ ଜମ୍ମୁ କାଶ୍ମୀରକୁ ପାକିସ୍ତାନ ଏବଂ ଅରୁଣାଚଳପ୍ରଦେଶକୁ ଚୀନ୍‌ର ଅଂଶବିଶେଷ ଭାବେ ଦର୍ଶାଯାଇଛି। ଟିଏମ୍‌ସି ସାଂସଦ ଡ. ସାନ୍ତନୁ ସେନ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି। ‘ହୁ’ ଏକ ଭୁଲ୍‌ ମାନଚିତ୍ରକୁ ଦର୍ଶା‌ଇଛି ବୋଲି ଟିଏମ୍‌ସି ସାଂସଦ କହିଛନ୍ତି। ସେନଙ୍କ କହିବା ଅନୁଯାୟୀ ସେ ହୁ କୋଭିଡ୍‌ ୧୯ ସାଇଟ୍‌ରେ କ୍ଲିକ୍‌ କରିବା ସମୟରେ ଏକ ବିଶ୍ବ ମାନଚିତ୍ର ଆସିଯାଇଥିଲା। ଭାରତର ଏକ ଅଂଶକୁ ସେ ଜୁମ୍‌ କରିବା ସମୟରେ ଏଥିରେ ନୀଳ ମାନଚିତ୍ର ଦେଖିବାକୁ ମିଳିଥିଲା। ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ଜମ୍ମୁ କାଶ୍ମୀର ପାଇଁ ୨ଟି ଭିନ୍ନ ରଙ୍ଗ ଥିଲା। ନିଳ ଅଂଶ ଉପରେ ସେ କ୍ଲିକ୍‌ କରିବା ସମୟରେ ତାଙ୍କୁ ଭାରତର ତଥ୍ୟ ଦେଖିବାକୁ ମିଳିଥିଲା ଏବଂ ଅନ୍ୟ ଏକ ଅଂଶରେ ପାକିସ୍ତାନର ତଥ୍ୟ ଦେଖିବାକୁ ମିଳିଥିଲା। ସେହିପରି ଅରୁଣାଚଳ ପ୍ରଦେଶକୁ ମଧ୍ୟ ପୃଥକ୍‌ ଭାବେ ଦର୍ଶାଯାଇଛି ବୋଲି ସେ କହିଛନ୍ତି। ଗତବର୍ଷ ମଧ୍ୟ ‘ହୁ’ର ଏକ ଭୁଲ୍‌ ମାନଚିତ୍ର ପାଇଁ ଭାରତ ‘ହୁ’ମୁଖ୍ୟ ଟେଡ୍ରସ ଆଧନାନଙ୍କ ପାଖକୁ ଏକ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଥିଲା। ବର୍ତ୍ତମାନ ମଧ୍ୟ ଏହି ତ୍ରୁଟି ତୁରନ୍ତ ସଂଶୋଧନ ପାଇଁ ବିଦେଶ ମନ୍ତ୍ରାଳୟ ‘ହୁ’ ମୁଖ୍ୟଙ୍କୁ ଅବଗତ କରାଇଛି।

ସମ୍ବନ୍ଧିତ ଖବର