ବିମାନରୁ ଯାତ୍ରୀଙ୍କୁ ନେଇ ଫେରୁଥିବା ବେଳେ ପରସ୍ପର ସହ ଧକ୍କା ଖାଇଲା ଇଣ୍ଡିଗୋ ଓ ସ୍ପାଇସଜେଟ୍‌ର ବସ୍‌, ୪ଜଣ ଯାତ୍ରୀ ଆହତ

ନୂଆଦିଲ୍ଲୀ : ଶନିବାର ଯାତ୍ରୀଙ୍କୁ ନେଇ ଫେରୁଥିବା ବେଳେ ଇଣ୍ଡିଗୋ ଓ ସ୍ପାଇସଜେଟ୍‌ର ବସ୍‌ ପରସ୍ପର ସହ ଧକ୍କା ଖାଇବାରୁ ୪ଜଣ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାଟି ଅପରାହ୍ନ ୪ଟା ୩୦ମିନିଟ୍‌ରେ ଦିଲ୍ଲୀ ବିମାନବନ୍ଦରରେ ଘଟିଥିବା ବେଳେ ଟର୍ମିନାଲ-୨କୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ଘଟଣାର ସୂଚନା ପାଇବା ପରେ ଏୟାରଲଇନ୍ସ ପକ୍ଷରୁ ତଦନ୍ତ ଆଦେଶ ଦିଆଯାଇଛି । ଦୁଇଟି ଯାକ ବସ୍‌ ବିମାନରୁ ଯାତ୍ରୀ ନେଇ ଫେରିବା ବାଟରେ ଏଭଳି ଘଟଣା ଘଟିଥିଲା ।

businesstoday.in

ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି କି, ଦିଲ୍ଲୀରେ ବିମାନ ପହଞ୍ଚିବା ପରେ ଦୁଇଟି ବିମାନ କମ୍ପାନୀର ବସ୍‌ ଯାତ୍ରୀଙ୍କୁ ଆଣିବା ପାଇଁ ପହଞ୍ଚିଥିଲା । ଯାତ୍ରୀଙ୍କୁ ଧରି ଟର୍ମିନାଲ-୨ ଅଭିମୂଖେ ଆସୁଥିବା ବେଳେ ପରସ୍ପର ସହ ଧକ୍କା ଖାଇଥିଲା ଇଣ୍ଡିଗୋ ଓ ସ୍ପାଇସଜେଟ୍‌ର ବସ୍‌ । ତେବେ ୪ଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ ଉଡ଼ାଣ ଭରିବାକୁ ଥିବାରୁ ସେମାନଙ୍କର ପ୍ରଥମିକ ଚିକିତ୍ସା କରାଯାଇ ଛଡ଼ା ଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ବିମାନବନ୍ଦରରେ ଥିବା ମେଦାନ୍ତ କ୍ଲିନିକ୍‌ରେ ଚିକିତ୍ସା କରାଯାଇ ଛଡ଼ା ଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର