ଭୁବନେଶ୍ୱରରୁ ୮ଟି ଫ୍ଲାଇଟ ବାତିଲ କଲା ଇଣ୍ଡିଗୋ

ନୂଆଦିଲ୍ଲୀ: ତ୍ରୁଟିଯୁକ୍ତ ଇଂଜିନଯୋଗୁଁ କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟ ଦ୍ୱାରା ଇଣ୍ଡିଗୋର ଏ୩୨୦ନିଓ ବିମାନଗୁଡ଼ିକର ଉଡାଣ ଲାଇସେନ୍ସ ରଦ୍ଦ ପରେ ଅନେକ ଫ୍ଲାଇଟ ବାତିଲ କରିଛି । ଏହା ମଧ୍ୟରେ ଭୁବନେଶ୍ୱରରୁ ୮ ଟି ଫ୍ଲାଇଟକୁ ବାତିଲ କରିଛି ଇଣ୍ଡିଗୋ । ଇଣ୍ଡିଗୋର ଫ୍ଲାଇଟ୍‌ ନମ୍ବର ୨୧୧ ଯାହାକି ଅପରାହ୍ନ ୩ଟା ୪୫ରେ ନୂଆଦିଲ୍ଲୀ ଯାତ୍ରା କରିଥାଏ ତାହାକୁ ମାର୍ଚ୍ଚ ୧୫ ଓ ୧୬ ପାଇଁ ବାତିଲ କରାଯାଇଛି । ସେହିପରି ଫ୍ଲାଇଟ ନଂ ୩୧୪ ଯାହାକି ସଂଧ୍ୟା ୬ଟା ୩୦ରେ ଭୁବନେଶ୍ୱର ଛାଡିଥାଏ ତାହାକୁ ମାର୍ଚ୍ଚ ୧୫ ଓ ୧୬ ପାଇଁ ବାତିଲ କରାଯାଇଛି । ଅନ୍ୟପକ୍ଷରେ ଅପରାହ୍ନ ୧ଟା ୧୦ରେ ହାଇଦ୍ରାବାଦ ଛାଡି ୨ଟା ୪୫ରେ ଭୁବନେଶ୍ୱର ପହଞ୍ଚୁଥିବା ଫ୍ଲାଇଟ ନଂ ୭୫୨କୁ ବାତିଲ କରାଯାଇଛି । ଫ୍ଲାଇଟ ନଂ ୯୬୯ ଯାହାକୁ ଅପରାହ୍ନ ୩ଟା ୧୫ରେ ଭୁବନେଶ୍ୱରରୁ ହାଇଦ୍ରାବାଦ ଯାଏ ତାହାକୁ ମଧ୍ୟ ବାତିଲ କରାଯାଇଛି । ଅନ୍ୟପକ୍ଷରେ ମାର୍ଚ୍ଚ ୧୫ ଓ ୧୬ ପାଇଁ ଭୁବନେଶ୍ୱରରୁ ବାଙ୍ଗାଲୋର ଯିବାକୁ ଥିବା ଫ୍ଲାଇଟ ନଂ ୧୫୭ ଓ ବାଙ୍ଗାଲୋର-ଭୁବନେଶ୍ୱର ୧୬୫ ନମ୍ବର ଫ୍ଲାଇଟକୁ ବାତିଲ କରାଯାଇଛି । ସେହିପରି ଭୁବନେଶ୍ୱର-ଚେନ୍ନାଇ ( ଫ୍ଲାଇଟ ନଂ ୧୮୨) ଓ ଚେନ୍ନାଇ-ଭୁବନେଶ୍ୱର ଫ୍ଲାଇଟ୍‌ ( ଫ୍ଲାଇଟ ନଂ ୧୯୩) କୁ ମଧ୍ୟ ବାତିଲ କରାଯାଇଛି । କେବଳ ଭୁବନେଶ୍ୱର ନୁହେଁ ଇଣ୍ଡିଗୋ ପକ୍ଷରୁ ଦେଶର ପ୍ରାୟ ସବୁ ପ୍ରମୁଖ ସହରରେ ଚଳାଚଳ କରୁଥିବା ଫ୍ଲାଇଟକୁ ବାତିଲ କରାଯାଇଛି ।

ସମ୍ବନ୍ଧିତ ଖବର