ଯାତ୍ରୀଙ୍କୁ ହୃଦ୍‌ଘାତ ହେବାରୁ ଇନ୍ଦୋରରେ ଅବତରଣ କଲା ଦିଲ୍ଲୀ-ପୁଣେ ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ବିମାନ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କୁ ହୃଦ୍‌ଘାତ ହେବାରୁ ରବିବାର ଦିନ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ପୁଣେ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ଏୟାର୍‌ଲାଇନ୍‌ ବିମାନ ପଥ ପରିବର୍ତ୍ତନ କରି ମଧ୍ୟପ୍ରଦେଶର ଇନ୍ଦୋରକୁ ନିଆଯାଇଥିଲା।

ସକାଳ ୮ଟା ୧୭ ମିନିଟ୍‌ରେ ଇଣ୍ଡିଗୋ ବିମାନ ସିକ୍ସ୍‍ଇ ୭୬୯ ଉଡ଼ାଣ ଆରମ୍ଭ କରି ପୁଣେ ଆଡ଼କୁ ଯାଉଥିଲା। ସେଥିରେ ଯାତ୍ରା କରୁଥିବା ସୁରେଶ କୁମାର ରାଣା ନାମକ ଜଣେ ଯାତ୍ରୀଙ୍କର ହୃଦ୍‌ଘାତ ହୋଇଥିଲା।

ଇନ୍ଦୋରରେ ବିମାନ ଅବତରଣ କରିବା ପରେ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର