ଗୁରୁଗ୍ରାମ ଗେଷ୍ଟ ହାଉସ୍‌ରେ ଆତ୍ମହତ୍ୟା କଲେ ଇଣ୍ଡିଗୋର ମହିଳା କର୍ମଚାରୀ; ତିନିଦିନିଆ ଟ୍ରେନିଂରେ ଆସିଥିଲେ

ନୂଆଦିଲ୍ଲୀ : ଗୁରୁଗ୍ରାମର ସୁଶାନ୍ତ ଲୋକ୍‌ରେ ଥିବା ଏକ ଗେଷ୍ଟ ହାଉସ୍‌ରୁ ଇଣ୍ଡିଗୋ ବିମାନରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର କରିଛି ପୁଲିସ । ମୃତ ମହିଳା ଜଣଙ୍କ ସିଲିଂ ଫ୍ୟାନରୁ ବେକରେ ରଶିି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଆତ୍ମହତ୍ୟା ପଛରେ କ’ଣ କାରଣ ଥିଲା ତାହା ସ୍ପଷ୍ଟ ହୋଇପାରି ନାହିଁ ।

ମୃତଦେହ ପାଖରୁ କୌଣସି ସୁଇସାଇଡ଼୍‍ ନୋଟ୍‌ ମିଳି ନଥିବାରୁ ମାମଲାର ତଦନ୍ତ ଆରମ୍ଭ କରିଛି ପୁଲିସ । ମୃତ ମହିଳା ଜଣଙ୍କ ଆସାମର ବାସିନ୍ଦା ହୋଇଥିବା ବେଳେ ତାଙ୍କ ନାମ ମୌସୁମୀ ଗୌତମ ବୋଲି ଜଣାପଡ଼ିଛି । ଘଟଣାଟି ଗୁରୁବାର ଘଟିଥିବା ବେଳେ ଆଜି ମୌସମୀଙ୍କ ପରିବାର ଲୋକେ ଗୁରୁଗ୍ରାମରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛଦ ପାଇଁ ପଠାଯିବ ବୋଲି ପୁଲିସ ସୂଚନା ଦେଇଛି ।

ସୂଚନା ମୁତାବକ, ଇଣ୍ଡିଗୋ ଏୟାରଲାଇନ୍ସର ସୁରକ୍ଷା ବିଭାଗରେ କାମ କରୁଥିବା ମୌସୁମୀ ଗୁରୁଗ୍ରାମକୁ ତିନି ଦିନର ଟ୍ରେନିଙ୍ଗ ପାଇଁ ଆସିଥିଲେ । ଶୁକ୍ରବାର ଆସାମ ଫେରିବାକୁ ଥିବା ବେଳେ ଗୁରୁବାର ସେ ଆତ୍ମହତ୍ୟା ଭଳି ପଦକ୍ଷପ ନେବା ଘଟଣା ତାଙ୍କ ପରିବାର ଲୋକଙ୍କୁ ଶକ୍ତ ଧକ୍କା ଦେଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ଖୋଲତାଡ଼ ଆରମ୍ଭ କରିଛି ଗୁରୁଗ୍ରାମ ପୁଲିସ ।

ସମ୍ବନ୍ଧିତ ଖବର