ମଝି ଆକାଶରେ ଉଡୁଥିବା ସମୟରେ ଖରାପ ହୋଇଗଲା ବିମାନ ଇଞ୍ଜିନ୍‌, ଯାତ୍ରୀଙ୍କ ସହିତ କ’ଣ ଘଟିଲା ଜାଣନ୍ତୁ

କୋଲକତା: ମଝି ଆକାଶରେ ବିମାନର ଇଞ୍ଜିନ୍‌ ଫେଲ୍‌ ହୋଇଯାଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଏପରି ଏକ  ଘଟିଛି ଇଣ୍ଡିଗୋର ଏ୩୨୦ ବିମାନରେ ଘଟିଛି।  ଡିସେମ୍ବର ୨୩ରେ ପୋର୍ଟ ବ୍ଲେୟର ଠାରୁ କୋଲକାତା ପର୍ଯ୍ୟନ୍ତ ଉଡାଣ ଭରୁଥିବା ବିମାନକୁ ଅଧା ରାସ୍ତାରୁ ଫେରିବାକୁ ପଡିଥିଲା ।

ସୂଚନା ଅନୁଯାୟୀ, ଇଣ୍ଡିଗୋର ଏ୩୨୦ ବିମାନ ଉଡାଣ ଭରିବାର କିଛି ସମୟ ପରେ ମଝି ଆକାଶରେ ଇଞ୍ଜିନ୍‌ ଫେଲ୍‌ ହୋଇଯାଇଥିଲା । ଯେଉଁଥିପାଇଁ ବିମାନଟି ଅଧାରୁ ଫେରି ଆସି ପୁଣି ପୋର୍ଟ ବ୍ଲେୟରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା । ବିମାନ ଉଡିବା ପରେ ପାଇଲଟଙ୍କୁ ଲାଗିଥିଲା ଯେ, ବିମାନର ଦୁଇ ନମ୍ବର ଇଞ୍ଜିନର ଅଏଲ୍‌ ପ୍ରେସରରେ କୌଣସି ତ୍ରୁଟି ରହିଛି । ତେଣୁ ସେ ବିମାନକୁ ଜରୁରୀ ଅବତରଣ କରିଥିଲେ।

ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ବିମାନକୁ କିଛି ଦିନ ପାଇଁ ପୋର୍ଟ ବ୍ଲେୟାର ବିମାନବନ୍ଦରରେ ହିଁ ରଖାଯିବ । ଯେଉଁଠି ବିମାନର ଇଞ୍ଜିନ ମରାମତି କରାଯିବ । ଏହା ପୂର୍ବରୁ ମଧ୍ୟ କେତେ ଥର ଇଣ୍ଡିଗୋର ବିମାନ ଏହି ଭଳି କିଛି ବଡ ବିପଦରୁ ବର୍ତ୍ତି ଯାଇଛି ।

ସମ୍ବନ୍ଧିତ ଖବର