ଇଣ୍ଡିଗୋ ବିମାନରେ ୭ ଘଣ୍ଟା ହନ୍ତସନ୍ତ ‌ହେଲେ ଯାତ୍ରୀ

ମୁମ୍ବାଇ : ଲଗାଣ ବର୍ଷା ଯୋଗୁଁ ମୁମ୍ବାଇରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗତକାଲି ମୁମ୍ବାଇ ଆନ୍ତର୍ଜାତୀୟ ବିମାନବନ୍ଦରର ପ୍ରାୟ ୭୬ ପ୍ରତିଶତ ବିମାନ ଯାତ୍ରା ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିଲା। ତେବେ ଇ‌ଣ୍ଡିଗୋର ମୁମ୍ବାଇ-ଦିଲ୍ଲୀ ବିମାନ ୬ଇ-୬୦୯୭ ର ଯାତ୍ରୀମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ। ବିମାନଟି ଗତକାଲି ଅପରାହ୍ନ ୩.୧୫ରେ ବିମାନବନ୍ଦର ଛାଡ଼ିବାର ଥିଲା। କିନ୍ତୁ ୭ ଘଣ୍ଟା ବିଳମ୍ବରେ ରାତି ୯.୫୫ରେ ବିମାନ ଉଡ଼ାଣ କରିଥିଲା। ୭ ଘଣ୍ଟା ଧରି ଯାତ୍ରୀମାନେ ବିମାନ ଭିତରେ ଛଟପଟ ହୋଇଥିଲେ। ଅନେକ ଯାତ୍ରୀ ମଧ୍ୟ ଟ୍ବିଟ୍‌ କରି ସେମାନେ ସାମ୍ନା କରିଥିବା ଅସୁବିଧା ସମ୍ପର୍କରେ ଜଣାଇଥିଲେ। ସେହିପରି ଜୟପୁର ଯିବାକୁ ଥିବା ଇଣ୍ଡିଗୋ ବିମାନର ଯାତ୍ରୀମାନେ ମଧ୍ୟ ପୂରା ରାତି ବିମାନରେ କାଟିବାକୁ ବାଧ୍ୟ ହୋଇଥିଲେ। ଏହି ବିମାନ ଗତକାଲି ରାତି ୭ଟା ୫୫ରେ ଛାଡ଼ିବାକୁ ଥିବା ବେଳେ ଏହା ଆଜି ସକାଳ ୬ଟା ଉଡ଼ାଣ ଆରମ୍ଭ କରିଥିଲା ଏବଂ ସକାଳ ୮ଟାରେ ଜୟପୁରରେ ପହଞ୍ଚିଥିଲା। ଏହି ବିମାନରେ ଥିବା ଯାତ୍ରୀମାନଙ୍କୁ ରାତ୍ରୀ ଭୋଜନ ମଧ୍ୟ ଦିଆଯାଇନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର