ନୂଆଦିଲ୍ଲୀ: ଯଦି ଆପଣ ବିମାନ ଯାତ୍ରା କରୁଥିବାବେଳେ ଏସି ବନ୍ଦ ହୋଇଯିବ ? ପ୍ରବଳ ଗରମରେ ଆପଣ ନିଶ୍ଚୟ ଅସ୍ତବ୍ୟସ୍ତ ହୋଇଯିବେ । ଠିକ ଏପରି ଏକ ଘଟଣା ଦିଲ୍ଲୀରୁ ବାରାଣସୀ ଯାଉଥିବା ଇଣ୍ଡିଗୋ ବିମାନ ନମ୍ବର ୬ଇ୨୨୩୫ କ୍ଷେତ୍ରରେ ଘଟିଛି । ବିମାନର ଏସି କାମ କରୁନଥିଲା । ଫଳରେ ଫ୍ଲାଇଟ୍ ଭିତରେ ପ୍ରବଳ ଗରମ ଅନୁଭୂତ ହେଉଥିଲା । ବିମାନରେ ଅମ୍ଳଜାନ ଅଭାବରୁ ଯାତ୍ରୀମାନେ ଶ୍ୱାସରୁଦ୍ଧ ହେବା ଆରମ୍ଭ କରିଥିଲେ। ଯେଉଁଥିପାଇଁ ସେମାନଙ୍କୁ ନିଶ୍ୱାସ ନେବାରେ ବହୁତ ଅସୁବିଧା ହେଉଥିଲା । ଅମ୍ଳଜାନ ଅଭାବରୁ କିଛି ଶିଶୁ ଓ କିଛି ମହିଳା ଅଚେତ ହୋଇପଡ଼ିଥିଲେ। ପରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। 

Advertisment

ସଂପୂର୍ଣ୍ଣ ଯାତ୍ରା ସମୟରେ ବିମାନର ଏସି ଖରାପ ଥିଲା । ଉଡ଼ାଣ ପୂର୍ବରୁ ଯାତ୍ରୀମାନେ ବିମାନର କ୍ରୁଜ୍ କୁ ଏ ନେଇ ଅଭିଯୋଗ କରିଥିଲେ ମଧ୍ୟ ସେମାନେ ଏଥିପ୍ରତି ଧ୍ୟାନ ଦେଇନଥିଲେ। ବିମାନ ଭିତରର ଯାତ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  

ଆପଣଙ୍କୁ କହିରଖୁଛୁ ଯେ ସଂପୂର୍ଣ୍ଣ ଯାତ୍ରା ସମୟରେ ବିମାନର ଏସି ଖରାପ ଥିଲା । ଉଡ଼ାଣ ପୂର୍ବରୁ ଯାତ୍ରୀମାନେ ବିମାନର କ୍ରୁଜ୍ କୁ ଏ ନେଇ ଅଭିଯୋଗ କରିଥିଲେ ମଧ୍ୟ ସେମାନେ ଏଥିପ୍ରତି ଧ୍ୟାନ ଦେଇନଥିଲେ। ବିମାନ ଭିତରର ଯାତ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  

ବିମାନର ଏସି ବନ୍ଦ ଯୋଗୁଁ ଯାତ୍ରୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଉପରୁ ଗରମ ଓ ଆର୍ଦ୍ରତା ହେତୁ ମଧ୍ୟ ସେମାନଙ୍କୁ ଅନେକ ସମସ୍ୟା ହେଉଥିଲା। ଏହା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।