ଅବତରଣ ବେଳେ ଫାଟିଗଲା ଇଣ୍ଡିଗୋ ବିମାନର ଚକ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଓ କ୍ରୁ ମେମ୍ବର

ବାଙ୍ଗାଲୋର: ଅବତରଣ ବେଳେ ଫାଟିଗଲା ଇଣ୍ଡିଗୋ ବିମାନର ଚକ | ଆଉ ଅଳ୍ପକେ ବିମାନରେ ଥିବା ଯାତ୍ରୀ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି | ମିଳିଥିବା ସୂଚନା ମୁତାବକ କେରଳର କନ୍ନୁରରୁ କର୍ଣ୍ଣାଟକର ହୁଵଲୀକୁ ଆସୁଥିବା ଇଣ୍ଡିଗୋ ବିମାନରେ ହୁଵଲୀ ବିମାନବନ୍ଦରରେ ଅବତରଣ କରୁଥିବାବେଳେ ଏହାର ଚକ ଫାଟିଯାଇଥିଲା | ସୋମବାର ସନ୍ଧ୍ୟାରେ କର୍ଣ୍ଣାଟକର ହୁଵଲୀ ବିମାନବନ୍ଦରରେ ଅବତରଣ ସମୟରେ ବିମାନର ଟାୟାର ଫାଟି ଯାଇଥିଲା।


ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ମଙ୍ଗଳବାର ଇଣ୍ଡିଗୋ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ବିମାନକୁ ଯାଞ୍ଚ ପାଇଁ ନିଆଯାଇଛି। ଇଣ୍ଡିଗୋ ବିମାନ ୬ଇ-୭୯୭୯ କନ୍ନୁରରୁ ହୁଵଲୀ ଅଭିମୁଖେ ଯାଉଥିଲା | ସୋମବାର ସନ୍ଧ୍ୟାରେ ଅବତରଣ ସମୟରେ ଏହି ଘଟଣା ଘଟିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ସମ୍ବନ୍ଧିତ ଖବର