ନୂଆଦିଲ୍ଲୀ: ଗତବୁଧବାର ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ବିମାନ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ବିମାନରେ ବସି ଯାତ୍ରା କରୁଥିବା ଯାତ୍ରୀମାନେ ଯାତ୍ରା ସମୟର ଭୟାବହ ଅନୁଭୂତିକୁ ବଖାଣି ପାଇଲଟଙ୍କ ମନୋବଳକୁ ସଲାମ ଜଣାଇଛନ୍ତି।
ସୂଚନାଯୋଗ୍ୟ,ଗତ ବୁଧବାର ସନ୍ଧ୍ୟା ସମୟରେ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ବିମାନ ୬ଇ୨୧୪୨ ସହିତ ଏକ ଦୁର୍ଘଟଣା ଘଟିଥିଲା। ଅବତରଣ କରିବା ପୂର୍ବରୁ ବିମାନଟି ପ୍ରବଳ କୁଆପଥର ବର୍ଷା ଓ ଝଡ଼ରେ ଫସି ଯାଇଥିଲା । ଫଳରେ ବିମାନର ଆଗ ଭାଗ କ୍ଷତିଗ୍ରସ୍ତ ହୋଇଥିଲା। ଆଶ୍ୱସ୍ତିର କଥା ହେଉଛି ଯେ ଏହି ଦୁର୍ଘଟଣାରେ ବିମାନର ସମସ୍ତ ଯାତ୍ରୀ, ପାଇଲଟ୍ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି।
Worst nightmare 😱
— Nabila Jamal (@nabilajamal_) May 21, 2025
Delhi–Srinagar IndiGo flight hit by severe turbulence
Flight 6E-2142 was caught in a terrifying hailstorm just before landing in Srinagar, forcing an emergency landing around 6:30pm
All 227 onboard are safe. Turbulence was severe, damaging the plane's nose… pic.twitter.com/mIRsB4aUL5
ଇନଷ୍ଟାଗ୍ରାମରେ ନବିଲା ଜମାଲ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଦୁର୍ଘଟଣା ସମୟରେ ବିମାନ ଭିତରର ଏକ ଭିଡିଓ ସେୟାର କରି ଏହାକୁ ଭୟଙ୍କର ଏବଂ ଏକ ଦୁଃସ୍ୱପ୍ନ ବୋଲି ଉଲ୍ଲେଖ କରିଛନ୍ତି।
ନବିଲା ଜମାଲ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଏହା ଏକ ବହୁତ ଖରାପ ସ୍ୱପ୍ନ ଥିଲା... ଦିଲ୍ଲୀ-ଶ୍ରୀନଗର ଇଣ୍ଡିଗୋ ବିମାନ ଏକ ଭୟଙ୍କର ଝଡ଼ର ସାମ୍ନା କରିଥିଲା। ଏହି ସମୟରେ ବିମାନ ମଧ୍ୟରେ ଫସିଥିବା ଲୋକଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଥିଲା। ବିମାନର ସାମ୍ନାଅଂଶ କ୍ଷତିଗ୍ରସ୍ତ ହୋଇଥିବା ବେଳେ କ୍ୟାବିନ ଲଗେଜ୍ ସବୁ ତଳେ ପଡ଼ିଯାଇଥିଲା। ସୌଭାଗ୍ୟବଶତଃ ବିମାନରେ ଥିବା ସମସ୍ତ ୨୨୭ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି।