ନୂଆଦିଲ୍ଲୀ: ଗତବୁଧବାର ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ବିମାନ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ବିମାନରେ ବସି ଯାତ୍ରା କରୁଥିବା ଯାତ୍ରୀମାନେ ଯାତ୍ରା ସମୟର ଭୟାବହ ଅନୁଭୂତିକୁ ବଖାଣି ପାଇଲଟଙ୍କ ମନୋବଳକୁ ସଲାମ ଜଣାଇଛନ୍ତି।
ସୂଚନାଯୋଗ୍ୟ,ଗତ ବୁଧବାର ସନ୍ଧ୍ୟା ସମୟରେ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ବିମାନ ୬ଇ୨୧୪୨ ସହିତ ଏକ ଦୁର୍ଘଟଣା ଘଟିଥିଲା। ଅବତରଣ କରିବା ପୂର୍ବରୁ ବିମାନଟି ପ୍ରବଳ କୁଆପଥର ବର୍ଷା ଓ ଝଡ଼ରେ ଫସି ଯାଇଥିଲା । ଫଳରେ ବିମାନର ଆଗ ଭାଗ କ୍ଷତିଗ୍ରସ୍ତ ହୋଇଥିଲା। ଆଶ୍ୱସ୍ତିର କଥା ହେଉଛି ଯେ ଏହି ଦୁର୍ଘଟଣାରେ ବିମାନର ସମସ୍ତ ଯାତ୍ରୀ, ପାଇଲଟ୍ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି।
ଇନଷ୍ଟାଗ୍ରାମରେ ନବିଲା ଜମାଲ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଦୁର୍ଘଟଣା ସମୟରେ ବିମାନ ଭିତରର ଏକ ଭିଡିଓ ସେୟାର କରି ଏହାକୁ ଭୟଙ୍କର ଏବଂ ଏକ ଦୁଃସ୍ୱପ୍ନ ବୋଲି ଉଲ୍ଲେଖ କରିଛନ୍ତି।
Follow Us