ମୁମ୍ବାଇ: ଭାରତୀୟ ଟ୍ରେନର ଜେନେରାଲ କୋଚ୍ କେତେ ଜନଗହଳିପୂର୍ଣ୍ଣ ତାହା ଆପଣ ଭଲ ଭାବରେ ଜାଣନ୍ତି। ଏଭଳି ଜାମ୍ କେବଳ ଆପଣ ବସ୍, ଅଟୋ ବା ଟ୍ରେନରେ ଦେଖୁଥିବେ, ଯେଉଁଠି ସିଟଠାରୁ ଅଧିକ ଲୋକ ବସିଥାନ୍ତି। ହେଲେ ବିମାନରେ ସେଭଳି ହୁଏ ନାହିଁ। ବିମାନରେ ସିଟ୍ ସଂଖ୍ୟାକୁ ଦେଖି ଯାତ୍ରୀଙ୍କ ଟିକେଟ କନଫର୍ମ ହୁଏ। ହେଲେ ଏବେ ଏକ ଇଣ୍ଡିଗୋ ବିମାନରେ ସିଟ୍ ନମିଳିବାରୁ ଜଣେ ଯାତ୍ରୀ ଠିଆ ହୋଇ ଯାତ୍ରା କରିବାକୁ ପ୍ରସ୍ତୁତ ଥିବା ଜଣାପଡ଼ିଛି।
ସୂଚନା ମୁତାବକ, ସିଟ୍ ଖାଲି ପଡ଼ୁଥିବାରୁ ବିଭିନ୍ନ ବିମାନ କମ୍ପାନି ସିଟ୍ ସଂଖ୍ୟାଠାରୁ ଅଧିକ ବୁକିଂ ଗ୍ରହଣ କରୁଛନ୍ତି। ଏହା ଫଳରେ ବିମାନରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। ମଙ୍ଗଳବାର ମୁମ୍ବାଇରୁ ବାରାଣସୀ ଅଭିମୁଖେ ଯିବାକୁ ଥିବା ଏକ ଇଣ୍ଡିଗୋ ବିମାନରେ ସମାନ ଘଟଣା ଘଟିଥିଲା। ସିଟ୍ ସଂଖ୍ୟାଠାରୁ ଅଧିକ ବୁକିଂ ଗ୍ରହଣ କରାଯାଇଥିବାରୁ ଜଣେ ଯାତ୍ରୀ ସିଟ୍ ନପାଇ ଠିଆ ହୋଇଥିଲେ। ତାଙ୍କୁ ନଦେଖି ବିମାନ ପାକିଂରୁ ବାହାରି ରନୱେକୁ ଯାଇଥିଲା। ଏହି ସମୟରେ ଜଣେ କ୍ରୁ ସଦସ୍ୟ ଯାତ୍ରୀଙ୍କୁ ଦେଖିବା ପରେ ତୁରନ୍ତ ପାଇଲଟଙ୍କୁ ଜଣାଇଥିଲେ। ଯାତ୍ରୀ ଠିଆ ହୋଇଥିବା ଜାଣି ବିମାନ ଉଡ଼ାଣ ରୋକିଥିଲେ ପାଇଲଟ। ଏହା ପରେ ବିମାନଟି ଟର୍ମିନାଲକୁ ଆସିବା ପରେ ଠିଆ ହୋଇଥିବା ଯାତ୍ରୀଙ୍କୁ ତଳକୁ ଓହ୍ଲା ଯାଇ ପୁଣି ଥରେ ସମସ୍ତଙ୍କ କ୍ୟାବିନ ବ୍ୟାଗ୍ ଚେକ୍ କରାଯାଇଥିଲା। ଏସବୁ ଶେଷ ହେବା ପରେ ପ୍ରାୟ ୧ଘଣ୍ଟା ବଳମ୍ବରେ ବିମାନ ଉଡ଼ାଣ କରିଥିଲା ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/t-214.jpg)