ଲକ୍ଷ୍ନୌ:ଉତ୍ତର ପ୍ରଦେଶର ଲକ୍ଷ୍ନୌ ବିମାନବନ୍ଦରରେ ରବିବାର ୧୪ ସେପ୍ଟେମ୍ବରରେ ଏକ ଅଭାବନୀୟ ଘଟଣା ଘଟିଛି। ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନ ଉଡ଼ାଣ ସମୟରେ ରନୱେରେ ଅଟକି ଯାଇଥିଲା। କ୍ୟାପ୍ଟେନ ବିମାନକୁ ଅଟକାଇ ୧୫୧ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ। ସମାଜବାଦୀ ପାର୍ଟି ସାଂସଦ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ମଧ୍ୟ ଏହି ବିମାନରେ ଥିଲେ।
ସୂତ୍ର ଅନୁସାରେ, ବିମାନଟି ରନୱେରେ ଗତି ବଢ଼ାଇଥିଲା, କିନ୍ତୁ ତଥାପି ଆକାଶରେ ଉଡ଼ାଣ କରିପାରିଲା ନାହିଁ। ବିମାନର କ୍ୟାପ୍ଟେନ୍ ରନୱେ ଶେଷ ହେବା ପୂର୍ବରୁ ଚତୁରତାର ସହିତ ବିମାନକୁ ଅଟକାଇ ଦେଇଥିଲେ। ଏହି ଘଟଣା ଯୋଗୁ ବିମାନରେ ଥିବା ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି।। ପରେ ବିମାନ କମ୍ପାନି ଅନ୍ୟ ଏକ ବିମାନରେ ସମସ୍ତ ଯାତ୍ରୀଙ୍କୁ ଦିଲ୍ଲୀ ପଠାଇଥିଲା।
जिसके ऊपर माधव ज़ी का हाथ हो उनके साथ हादसे नहीं होते है।
— MadhurYadav (@MadhurYadav214) September 14, 2025
राधे राधे 🙏🏼🚩#dimpleyadav#IndiGopic.twitter.com/zr3fcBwqPG
ସୂଚନା ଅନୁସାରେ, ବିମାନ ନମ୍ବର ୬ଇ-୨୧୧୧ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଲକ୍ଷ୍ନୌ-ଦିଲ୍ଲୀ ରୁଟ୍ରେ ଉଡ଼ାଣ କରିବାକୁ ଯାଉଥିବା ଇଣ୍ଡିଗୋ ବିମାନ ଉଡ଼ାଣ ପୂର୍ବରୁ ଅଟକି ଯାଇଥିଲା। ରନୱେରେ ଦ୍ରୁତ ଗତିରେ ଦୌଡ଼ିବା ପରେ ମଧ୍ୟ ଉଡ଼ାଣ ହୋଇପାରିଲା ନାହିଁ। ବିମାନ କ୍ୟାପ୍ଟେନ ଉପସ୍ଥିତ ବୁଦ୍ଧି ଖଟାଇ ବିମାନକୁ ଅଟକାଇ ଦେଇଥିଲେ।
ହଠାତ୍ ଘଟିଥିବା ଏହି ଘଟଣା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ସମସ୍ତ ଯାତ୍ରୀଙ୍କ ମୁହଁରେ ଭୟ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଯାତ୍ରୀମାନେ କହିଥିଲେ ଯେ, ଭଗବାନ ଆମକୁ ରକ୍ଷା କରିଛନ୍ତି ନଚେତ୍ ଏକ ବଡ଼ ଦୁର୍ଘଟଣା ଘଟିଥାନ୍ତା। ବିମାନବନ୍ଦର ସୂତ୍ର ଅନୁସାରେ ବିମାନଟି ପୂର୍ବାହ୍ନ ପ୍ରାୟ ୧୧ଟାରେ ଉଡ଼ାଣ ପାଇଁ ରନୱେରେ ପହଞ୍ଚିଥିଲା। କୁହାଯାଉଛି ଯେ, ବିମାନଟି ବେଗ ବୃଦ୍ଧି କରିବା ମାତ୍ରେ ଏକ ଅସାଧାରଣ ଶବ୍ଦ ଶୁଣିବାକୁ ମିଳିଥିଲା। ବିମାନଟି ପର୍ଯ୍ୟାପ୍ତ ପରିମାଣରେ ଜୋର ପାଇ ନଥିଲା, ଯାହା ଫଳରେ ଏହା ଟେକ୍ ଅଫ୍ କରି ପାରି ନଥିଲା।
ପାଇଲଟ୍ ତୁରନ୍ତ ଏଟିସିକୁ ଉଡ଼ାଣ ବାତିଲ କରିବା ବିଷୟରେ ଜଣାଇଥିଲେ ଏବଂ ଜରୁରୀକାଳୀନ ବ୍ରେକ୍ ଲଗାଇ ଉଡ଼ାଣକୁ ଅଟକାଇ ଦେଇଥିଲେ। ବିମାନବନ୍ଦର ସୂତ୍ର ଅନୁସାରେ ଉଡ଼ାଣରେ ସମସ୍ୟା ଯୋଗୁ ବିମାନଟି ଉଡ଼ିପାରିଲା ନାହିଁ। ସୁରକ୍ଷାକୁ ଧ୍ୟାନରେ ରଖି, ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବିମାନରୁ ଓହ୍ଲାଇ ଦିଆଯାଇଥିଲା ଏବଂ ପରେ ଅନ୍ୟ ଏକ ବିମାନ ଦ୍ୱାରା ଦିଲ୍ଲୀ ପଠାଯାଇଥିଲା।
କିଛି ଦିନ ପୂର୍ବରୁ, ସୁରଟରୁ ଦୁବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନ ଉଡ଼ାଣ ସମୟରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହାକୁ ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସ୍ଥାନାନ୍ତର କରିବାକୁ ପଡିଥିଲା। ବିମାନରେ ୧୭୦ ରୁ ଅଧିକ ଯାତ୍ରୀ ଥିଲେ। ଅଧିକାରୀମାନେ କହିଥିଲେ ଯେ, ଏହା ଜରୁରୀକାଳୀନ ଅବତରଣ ନୁହେଁ, କିନ୍ତୁ ଏକ ଯାନ୍ତ୍ରିକ ସମସ୍ୟା ଯୋଗୁ ସୁରକ୍ଷିତ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
भारत सरकार का DGCA कर क्या रहा है?
— India गठबंधन (@IndiaAllliance) September 14, 2025
और AirLines कंपनीया सारे इंजीनियर सिफारिश वाले आरएसएस बीजेपी कार्यकर्त्ता ही रख लिया गया है क्या? #Indigo •| डिंपल यादव| pic.twitter.com/CDOP06Tz3x
ଉଡ଼ାଣ ସମୟରେ ବିମାନରେ କିଛି ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା। ଏହି କାରଣରୁ ପାଇଲଟ୍ ସୁରଟରୁ ଦୁବାଇ ବଦଳରେ ଅହମଦାବାଦରେ ବିମାନ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଅଧିକାରୀମାନେ ସ୍ପଷ୍ଟ କରିଥିଲେ। ଇଣ୍ଡିଗୋ ଏୟାରଲାଇନ୍ସ ତୁରନ୍ତ ଅନ୍ୟ ଏକ ବିମାନର ବ୍ୟବସ୍ଥା କରିତିଲା ଯାହା ଦ୍ୱାରା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବରେ ଦୁବାଇରେ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚା ଯାଇଥିଲା। ଯାତ୍ରୀମାନେ କୌଣସି ପ୍ରକାରର ଆଘାତ କିମ୍ବା ଅସୁବିଧାର ସମ୍ମୁଖୀନ ହୋଇ ନଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ ନିଶ୍ଚିତ କରିଥିଲେ।