ପୁଣେରୁ ଜୟପୁର ଯାଉଥିବା ଇଣ୍ଡିଗୋ ବିମାନ ଇଞ୍ଜିନ୍‌ରେ ମଝି ଆକାଶରେ ଦେଖାଦେଲା ଗୁରୁତର ଯାନ୍ତ୍ରିକ ତ୍ରୁଟି; ଦୁର୍ଘଟଣା ଏଡ଼ାଇବାକୁ ମୁମ୍ବାଇରେ କଲା ଜରୁରିକାଳୀନ ଅବତରଣ

ମୁମ୍ବାଇ/ ନୂଆଦିଲ୍ଲୀ: ଆଜି (ଗୁରୁବାର) ପ୍ରତ୍ୟୁଷରେ ପୁଣେରୁ ଜୟପୁର ଅଭିମୁଖେ ଉଡ଼ାଣ ଭରୁଥିବା ଇଣ୍ଡିଗୋର ୬ଇ- ୬୧୨୯ ନମ୍ବର ବିଶିଷ୍ଟ ଏକ ଯାତ୍ରୀବାହୀ ବିମାନର ଇଞ୍ଜିନ୍‌ରେ ମଝି ଆକାଶରେ ଗୁରୁତର ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଘଟଣାକୁ କେନ୍ଦ୍ର କରି ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। ଉଡ଼ାଣ ଭରିଥିବା କାଳରେ ମଝି ଆକାଶରେ ଇଣ୍ଡିଗୋ ବିମାନର ଇଞ୍ଜିନ୍‌ରେ ଗୁରୁତର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ କରିବା ପରେ ବିମାନର ପାଇଲଟ ବିମାନରେ ‘ସଂପୂର୍ଣ୍ଣ ଜରୁରିକାଳୀନ ପରିସ୍ଥିତି’ ଘୋଷଣା କରିବା ସହ ବିମାନଟିର ଗତିପଥକୁ ପରିବର୍ତ୍ତନ କରାଇ ଜୟପୁର ପରିବେର୍ତ୍ତ ମୁମ୍ବାଇ ଅଭିମୁଖେ ନେଇ ଯାଇଥିଲେ।

Nagpur Times

ଯାନ୍ତ୍ରିକ ତ୍ରୁଟି ସହ ଇଣ୍ଡିଗୋ ବିମାନଟି ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିବାକୁ ଯାଉଥିବା ଜାଣିବା ପରେ ସୁରକ୍ଷାକୁ ଦୃଷ୍ଟିିରେ ବିମାନ ବନ୍ଦର କର୍ତ୍ତୃପକ୍ଷ ପ୍ରତ୍ୟୁଷ ୪ଟା ୩୬ ମିନିଟରେ ସମଗ୍ର ବିମାନ ବନ୍ଦରରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଦେବା ସହ ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ। ତେବେ, ସୌଭାଗ୍ୟ କ୍ରମେ ଅସଜ ଇଣ୍ଟିଗୋ ବିମାନଟି ନିରାପଦରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରି ଯାଇଥିଲା।

ପୁଣେରୁ ଜୟପୁର ଅଭିମୁଖେ ଉଡ଼ାଣ ଭରୁଥିବା ଇଣ୍ଡିଗୋର ୬ଇ- ୬୧୨୯ ନମ୍ବର ବିଶିଷ୍ଟ ଏହି ଯାତ୍ରୀବାହୀ ବିମାନରେ ୩ଜଣ ଶିଶୁଙ୍କୁ ମିଶାଇ ସର୍ବମୋଟ ୧୭୬ ଜଣ ଯାତ୍ରୀ ଯାତ୍ରା କରୁଥିଲେ।

ସମ୍ବନ୍ଧିତ ଖବର