ରାଇପୁର: ହଠାତ୍ ବନ୍ଦ ହୋଇଗଲା ବିମାନର ଗେଟ୍, ଭିତରେ ଫସି ରହିଲେ ଯାତ୍ରୀ । ୫ ମିନିଟ୍ କି ୧୦ ମିନିଟ୍ ନୁହେଁ ପାଖାପାଖି ୪୦ ମିନିଟ୍ ଯାଏଁ ବିମାନ ଭିତରେ ଫସି ରହିଲେ ଯାତ୍ରୀ । ଏଭଳି ଅଭାବନୀୟ ଘଚଣା ଦେଖିବାକୁ ମିଳିଛି ଛତିଶଗଡ ରାଇପୁର ସ୍ଥିତ ସ୍ବାମୀ ବିବେକାନନ୍ଦ ବିମାନବନ୍ଦରରେ । ଯେଉଁଠି ଇଣ୍ଡିଗୋ ବିମାନର ଗେଟ୍ ଲକ୍ ହୋଇଯିବାରୁ ଯାତ୍ରୀଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି ।
ତେବେ ଦିଲ୍ଲୀରୁ ରାଇପୁର ପାଇଁ ଉଡାଣ ଭରିଥିବା ଇଣ୍ଡିଗୋ ବିମାନ ଦ୍ବିପର ୨ଟା ୨୫ରେ ଆସି ପହଞ୍ଚିଥିଲା । ବିମାନ ଅବତରଣ ପରେ ଯେତେବେଳେ ଯାତ୍ରୀମାନେ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଛନ୍ତି ଠିକ୍ ସେତେବେଳେ ଗେଟ୍ ଲକ୍ ହୋଇଗଲା । ବିମାନରେ ଯାତ୍ରୀ ବିରକ୍ତି ପ୍ରକାଶ କରିଥିବା ବେଳେ ସେହି ବିମାନରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସମେତ ଅନେକ ଭିଆଇପି ଥିଲେ ।
ଇଣ୍ଡିଗୋ ବିମାନ ଖାଲି ଆଜି ନୁହେଁ କାଲି ମଧ୍ୟ ନାଗପୁରରେ ଜରୁରୀ ଅବତରଣ କରିଥିଲା । ବୋମା ଧମକ ମିଳିବା ପରେ ଜରୁରୀ ଅବତରଣ କରିଥିଲା । କୋଚିରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ ମିଳିବା ପରେ ଆତଙ୍କ ଖେଳିଯାଇଥିଲା । ଇଣ୍ଡିଗୋ ବିମାନ ୬ଇ-୨୭୦୬ ଦିଲ୍ଲୀ ଅଭିମୁଖେ ଉଡାଣ ଭରି ସାରିଥିବା ବେଳେ ବୋମା ଧମକ ମିଳିଥିଲା ଆଉ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ନାଗପୁର ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/06/18/40-min-2025-06-18-19-36-34.jpg)
