ଉଡାଣ ଭରିବାର କିଛି ସମୟ ପରେ ଇଣ୍ଡିଗୋ ବିମାନରେ ପରିଲକ୍ଷିତ ହେଲା ତ୍ରୁଟି, ଅଳ୍ପକେ ବର୍ତ୍ତିଲେ ୧୭୮ଜଣ ଯାତ୍ରୀ

ନୂଆଦିଲ୍ଲୀ: କୋଲକାତାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍‌ ବିମାନ ଜରୁରିକାଳୀନ ଅବତରଣ କରିଛି। ରବିବାର କୋଲକାତାରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋର ୬ଇ୩୪୫ ବିମାନର ଉଇଣ୍ଡସିଲ୍ଡରେ ତ୍ରୁଟି ହେତୁ ଉଡାଣ ଭରିବାର କିଛି ସମୟ ପରେ ଜୁରୁରୀ ଅବତରଣ କରିଥିଲା।

ଏହି ଘଟଣାକୁ ନେଇ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆଙ୍କ କହିବାନୁସାରେ, ଇଣ୍ଡିଗୋର ଏହି ବିମାନ ୧୭୮ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଜରୁରିକାଳୀନ ଅବତରଣ ହେତୁ କୌଣସି ଯାତ୍ରୀଙ୍କୁ କିଛି ଅସୁବିଧା ହୋଇନାହିଁ। ସମସ୍ତଙ୍କୁ ସୁରକ୍ଷିତ ଭାବେ ବିମାନ ବନ୍ଦରରେ ଓହ୍ଲାଇ ଦିଆଯାଇଥିଲା। କୁହାଯାଉଛି କି, ବିମାନଟି ଉଡାଣ ଭରିବାର ୧୫ମିନିଟ୍‌ ପରେ ତ୍ରୁଟି ଥିବା ଜଣାପଡ଼ିଥିଲା। ଏହାପରେ ବିମାନ ନେତାଜୀ ସୁଭାଷଚନ୍ଦ୍ର ବୋସ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ଓହ୍ଲାଇଥିଲା।

ଇଣ୍ଡିଗୋ ମୁତାବକ, କୋଲକାତାରେ ସକାଳେ ପାଗ ଖରାପ ହେତୁ ଇଣ୍ଡିଗୋ ବିମାନର ଉଇଣ୍ଡସିଲ୍ଡରେ ସାମାନ୍ୟ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମ୍‌ର ପାଳନ କରିବାକୁ ଯାଇ ପାଇଲଟ ବିମାନକୁ ଫେରାଇ ଆଣି ଆଗାମୀ ଯାଞ୍ଚ ପାଇଁ କୋଲକାତା ବିମାନ ବନ୍ଦରରେ ଓହ୍ଲାଇ ଥିଲେ। ଏହାପରେ ଉଇଣ୍ଡସିଲ୍ଡକୁ ପରିବର୍ତ୍ତନ କରି ଯାତ୍ରୀଙ୍କୁ ଅନ୍ୟ ବିମାନକୁ ପଠା ଯାଇଥିଲା।

 

ସମ୍ବନ୍ଧିତ ଖବର