ପାନାଜୀ: ଗୋଆରେ ହେଉଛି ପ୍ରବଳ ବର୍ଷା । ଘଡ଼ଘଡ଼ି ସହ ବର୍ଷା ଅନେକ ସ୍ଥାନରେ ହେଉଥିବା ବେଳେ ଗୋଆ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପାଗ ଖରାପ ଥିବାରୁ ଏବଂ ବର୍ଷା ଜନିତ ପବନର ଝଟକା ଦେଉଥିବାରୁ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଗୋଆ ଅଭିମୁଖେ ଯାତ୍ରା କରିବାକୁ ଥିବା ବିମାନ ପାଇଁ ପରାମର୍ଶ ଜାରି କରିଛି ଇଣ୍ଡିଗୋ ଏୟାର ଲାଇନ୍ସ । 

Advertisment

ଗୋଆରେ ହେଉଥିବା ବର୍ଷା ବିମାନ ଯାତ୍ରାକୁ ପ୍ରଭାବିତ କରିପାରେ, ଯାହା ଫଳରେ ସମ୍ଭାବ୍ୟ ବିଳମ୍ବ କିମ୍ବା ବାଧା ସୃଷ୍ଟି ହୋଇପାରେ ବୋଲି କୁହାଯାଇଛି । ତେଣୁ ବିମାନବନ୍ଦରକୁ ଯିବା ପୂର୍ବରୁ ଯାତ୍ରୀମାନେ ସେମାନଙ୍କର ବିମାନ ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ଇଣ୍ଡିଗୋ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଥିବା ବେଳେ, ବିମାନବନ୍ଦରକୁ ଯିବା ପୂର୍ବରୁ ସମସ୍ତ ଯାତ୍ରୀ ଅପଡେଟ୍ ଷ୍ଟାଟସ ଦେଖି ବାହାରନ୍ତୁ ବୋଲି କହିଛି । କାରଣ ବର୍ଷା ପାଇଁ ସ୍ଥାନୀୟ ଟ୍ରାଫିକ ମଧ୍ୟ ପ୍ରଭାବିତ ହୋଇଥାଇପାରେ ।