ବାୟୁ ଭଉଁରିରେ ଫସିଗଲା ମୁମ୍ବାଇ-ଆହ୍ଲାବାଦ୍‌ ଇଣ୍ଡିଗୋ ବିମାନ, ୩ କେବିନ କ୍ରିୟୁ ଆହତ

ନୂଆଦିଲ୍ଲୀ: ମୁମ୍ବାଇରୁ ଆହ୍ଲାବାଦ୍‌ ଯାଉଥିବା ଏକ ଇଣ୍ଡିଗୋ ବିମାନ ସୋମବାର ସଂଧ୍ୟାରେ ବାୟୁ ଭଉଁରିରେ ଫସିଯିବାରୁ ବିମାନଟି ଥର ରହ ହୋଇ ଉଠିବା ହେତୁ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରିୟୁ ମେମ୍ବରଙ୍କ ମଧ୍ୟରେ ଏକ ଭୟର ଆତଙ୍କ ଖେଳି ଯାଇଥିଲା। ବିମାନ ମଧ୍ୟରେ ଥିବା ୧୫୦ ଯାତ୍ରୀ ସୁରକ୍ଷିତ ଥିବା ରିପୋର୍ଟ ରହିଛି।

ତେବେ ଏହି ଦୁର୍ଘଟଣାରେ କେବିନ ମଧ୍ୟରେ ଥିବା ୩ ଜଣ କ୍ରିୟୁ ମେମ୍ବର ସାମାନ୍ୟ ଭାବେ ଆହତ ହୋଇଛନ୍ତି ବୋଲି ସୂଚନା ରହିଛି। ଆହତ କ୍ରିୟୁ ମେମ୍ବରମାନଙ୍କୁ ଯାତ୍ରୀଙ୍କ ପରି ପୁଣି ମୁମ୍ବାଇ ଫେରସ୍ତ ପଠାଇ ଦିଆଯାଇଛି।

TripAdvisor

୭୧୬ ମାଇଲ୍‌ ପଥ ଅତିକ୍ରାନ୍ତ କରିବା ପରେ ବିମାନଟି ମଧ୍ୟ ଆକାଶରେ ଏହି ସମସ୍ୟାର ସମ୍ମୁଖୀନ ହୋଇଥିଲା।

ଏ ସଂପର୍କରେ ସୂଚନା ଦେଇ ଇଣ୍ଡିଗୋର ମୁଖପାତ୍ର କହନ୍ତି, ‘ଜୁନ୍‌ ୧୭ ତାରିଖରେ ମୁମ୍ବାଇରୁ ଆହ୍ଲାବାଦ୍‌ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନ ୬ଇ ୫୯୮୭ ଯାଉଥିବା ବାଟରେ ଭଉଁରିର ସାମ୍ନା କରିଥିଲା। ଫଳରେ କେବିନ କ୍ରିୟୁମାନେ ସାମାନ୍ୟ ଅହାତ ହୋଇଛନ୍ତି। ବିମାନ ଲ୍ୟାଣ୍ଡ୍‌ କରିବା ପରେ ସେମାନଙ୍କ ଆଘାତ ସ୍ଥାନକୁ ଡ୍ରେସିଂ କରାଯାଇଛି।’

ସମ୍ବନ୍ଧିତ ଖବର