ନୂଆଦିଲ୍ଲୀ: ଖାଉଥିବା ଗୁଟଖା ଫିଙ୍ଗିବା ପାଇଁ ଏୟାର ହୋଷ୍ଟେସଙ୍କୁ ବିମାନର ଝରକା ଖୋଲିବାକୁ କହିଲେ ଯାତ୍ରୀ। ଏଭଳି ଅଜବ ଘଟଣା ଇଣ୍ଡିଗୋ ବିମାନରେ ଘଟିଥିବା ଜଣାପଡ଼ିଛି। ଗତ କିଛି ଦିନ ହେବ ବିମାନରେ ଯାତ୍ରୀଙ୍କ ସହ ଓ ବିମାନର କ୍ରୁ ସହ ଅସଦାଚରଣର ଅନେକ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏବେ ଏଭଳି ମଜାଦାର ଘଟଣାର ଭିଡିଓ ଖୁବ ଭାଇରାଲ ହେଉଛି।

Advertisment

ଗୋବିନ୍ଦ ଶର୍ମା ନାମକ ଜଣେ ଇନଷ୍ଟା ବ୍ୟବହାରକାରୀ ଘଟଣାର ଭିଡିଓ ସେୟାର କରିଥିବା ବେଳେ ଏଥିରେ ଜଣେ ଯୁବକ ଏୟାର ହୋଷ୍ଟେସଙ୍କୁ ବିମାନର ଝରକା ଖୋଲିବାକୁ କହୁଥିବା ଦେଖାଯାଇଛି। ଭିଡିଓ ସେୟାର କରି ଗୋବିନ୍ଦ କ୍ୟାପସନରେ ଲେଖିଛନ୍ତି ଯେ ଗୁଟଖାକୁ ଭଲ ପାଉଥିବା ବନ୍ଧୁଙ୍କୁ ଟ୍ୟାଗ୍ କରନ୍ତୁ।

ଭିଡିଓରେ ଦେଖାଯାଇଛି ଯେ, ଜଣେ ଯୁବକ ଏୟାର ହୋଷ୍ଟେସଙ୍କୁ ଡାକୁଛନ୍ତି। ଏହା ପରେ ତାଙ୍କୁ ବିମାନର ଝରକା ଖୋଲିବାକୁ କହୁଛନ୍ତି। କାହିଁକି ବୋଲି ପଚାରିବାରୁ ଗୁଟଖା  ଫିଙ୍ଗିବାକୁ ଚାହୁଁଛି ବୋଲି କହୁଛନ୍ତି ଯୁବକ। ଏହା ଶୁଣି ଏୟାର ହୋଷ୍ଟେସଜଣକ ଜୋରରେ ହସୁଛନ୍ତି।