ନୂଆଦିଲ୍ଲୀ: ବିମାନରେ ଯାତ୍ରା କରିବା ସମୟରେ ବା ପୂର୍ବରୁ ଯାତ୍ରୀମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼େ। ବିମାନ ଉଡ଼ାଣରେ ବିଳମ୍ବ ହେଉ ବା ମଝି ଆକାଶରେ ଦେଖା ଦେଉଥିବା ସମସ୍ୟା ପାଇଁ କିଛି ଲୋକ ବିମାନଯାତ୍ରା ପାଇଁ ଡ଼ରିଥାନ୍ତି। ଏବେ ସେଭଳି କିଛି ଘଟିଛି ଲକ୍ଷ୍ନୌରେ। ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଯାତ୍ରୀମାନଙ୍କୁ ପ୍ରାୟ ୮ଘଣ୍ଟା ଏରୋବ୍ରିଜରେ ଅପେକ୍ଷା କରି ରହିବାକୁ ପଡ଼ିଥିଲା।
ବିମାନ ମଧ୍ୟକୁ ଯିବା ପୂର୍ବରୁ ପ୍ରାୟ ୧୦୦ଜଣ ଯାତ୍ରୀ ଏରୋବ୍ରିଜରେ ରାତି ବିତାଇଥିଲେ ବୋଲି ଜଣା ପଡ଼ିଛି। ଏହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ଫଟୋରେ ଏରୋବ୍ରିଜର ଦୁଇ ପାଖରେ ଲୋକେ ବସିଥିବାର ଦେଖାଯାଇଛି। ସୂଚନା ମୁତାବକ, ଇଣ୍ଡିଗୋ ବିମାନ ୬ଇ ୨୭୮ ଗୁରୁବାର ରାତି ୯ଟା ୧୫ରେ ଉଡ଼ାଣ କରିବାରେ ଥିଲା। ହାଇଦ୍ରାବାଦରେ ୧୧ଟା ୧୫ମିନିଟରେ ବିମାନଟି ଅବତରଣ କରିବାକୁ ଥିବା ବେଳେ ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନଟି ୮ଘଣ୍ଟା ବିଳମ୍ବରେ ଉଡ଼ାଣ କରିଥିଲା।
indiatimes.comଶୁକ୍ରବାର ସକାଳ ୬ଟାରେ ବିମାନଟି ଉଡ଼ାଣ କରିଥିବା ବେଳେ ହାଇଦ୍ରାବାଦରେ ସକାଳ ୮ଟା ୧୯ମିନିଟରେ ଅବତରଣ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/ମମ-6.jpg)