ନୂଆଦିଲ୍ଲୀ: ନାଗପୁର ବିମାନବନ୍ଦରର ଏକ ବୋର୍ଡିଂ ଗେଟ୍‌ ନିକଟରେ ଆଜି ଅପରାହ୍ନରେ ଜଣେ ଇଣ୍ଡିଗୋ ପାଇଲଟଙ୍କର ମୃତ୍ୟୁ ‌ହୋଇଯାଇଛି। ପାଇଲଟ ଜଣକ ନାଗପୁର-ପୁନେ ଇଣ୍ଡିଗୋ ବିମାନ ଉଡ଼ାଣ କରିଥାନ୍ତେ। କିନ୍ତୁ ଏହାର ମାତ୍ର କିଛି ମିନିଟ୍‌ ପୂର୍ବରୁ ସେ ବୋର୍ଡିଂ ଗେଟ୍‌ ପାଖରେ ଠିଆ ହୋଇଥିବା ବେଳେ ହଠାତ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ହସ୍ପିଟାଲ ନେବାପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାନୁଯାୟୀ, ଡିଜିସିଏ ନିର୍ଦ୍ଦେଶାବଳି ଅନୁଯାୟୀ ପାଇଲଟ ଜଣଙ୍କ ସଠିକ୍‌ ବିଶ୍ରାମ ନେଇଥିଲେ ମଧ୍ୟ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Advertisment

କିମ୍ସ-କିଙ୍ଗସୱେ ହସ୍ପିଟାଲ୍‌ର ମୁଖପାତ୍ର ଏଜାଜ୍‌ ଶାମି କହିଛନ୍ତି, ହସ୍ପିଟାଲର ଇମର୍ଜେନ୍ସି ଟିମ୍‌ ତାଙ୍କୁ ସିପିଆର୍‌ ଦେବାକୁ ‌‌ଚେଷ୍ଟା କରିଥିଲେ କିନ୍ତୁ ଏହା ସଫଳ ହୋଇନଥିଲା। ଚଳିତ ସପ୍ତାହର ଏହା ତୃତୀୟ ଘଟଣା। ୨ ଦିନ ମଧ୍ୟରେ ୨ ଭାରତୀୟ ପାଇଲଟଙ୍କର ମୃତ୍ୟୁ ହେଲାଣି। ବୁଧବାର ଦିନ କତାର ଏୟାରୱେଜ୍‌ର ଜଣେ ବରିଷ୍ଠ ପାଇଲଟ ମଧ୍ୟ ବିମାନରେ ହୃଦ୍‌ଘାତର ଶିକାର ହୋଇ ପ୍ରାଣ ହାରିଛନ୍ତି। ବିମାନଟି ଦିଲ୍ଲୀରୁ ଦୋହାକୁ ଉଡ଼ାଣ କରୁଥିବାବେଳେ ପାଇଲଟ ହୃଦ୍‌ଘାତର ଶିକାର ହୋଇଥିବା। ଏହାପରେ ବିମାନ ‘କ୍ୟୁଆର ୫୭୯’ର ଦିଗ ପରିବର୍ତ୍ତନ କରି ଦୁବାଇ ନିଆଯାଇଥିଲା।