ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନର କ୍ରମାଗତ ବିଳମ୍ବ ଏବଂ ବାତିଲ ମଧ୍ୟରେ ଏକ ହୃଦୟସ୍ପର୍ଶୀ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଇଣ୍ଡିଗୋ ପାଇଲଟ୍ କ୍ୟାପ୍ଟେନ୍ ପ୍ରଦୀପ କୃଷ୍ଣନ୍ ବିମାନରେ ଠିଆ ହୋଇ ଯାତ୍ରୀମାନଙ୍କୁ ବିନମ୍ରତାର ସହିତ କ୍ଷମା ମାଗୁଥିବାର ଭିଡିଓରେ ସ୍ପଷ୍ଟ ଭାବେ ଶୁଣିବାକୁ ମିଳିଛି। 

Advertisment

କ୍ୟାପ୍ଟେନ୍ ଖୁବ ଶାନ୍ତ ସ୍ବରରେ ତାମିଲ ଭାଷାରେ ତାଙ୍କର ବାର୍ତ୍ତା ପ୍ରଦାନ କରି କହିଥିଲେ, ‘ଆପଣମାନେ ସମ୍ମୁଖୀନ ହେଉଥିବା ଅସୁବିଧା ପାଇଁ ଆମେ ଦୁଃଖୀ। କୌଣସି ନୂତନ ସୂଚନା ପାଇବା ମାତ୍ରେ ଯାତ୍ରୀମାନଙ୍କୁ ତୁରନ୍ତ ସୂଚାଇ ଦେବୁ।’ 

ଅଧିକପଢ଼ନ୍ତୁ:ନୂଆ ରାସନକାର୍ଡ ପାଇଁ ୪୩୫୬, ନାଁ ଯୋଡ଼ିବାକୁ ୨୯,୧୫୦ ହିତାଧିକାରୀଙ୍କ ଅପେକ୍ଷା

କ୍ୟାପ୍ଟେନ୍ ତାଙ୍କ ବାର୍ତ୍ତାରେ ଗ୍ରାଉଣ୍ଡ ଷ୍ଟାଫଙ୍କ ବିଷୟରେ ବିଶେଷ ଭାବରେ ଉଲ୍ଲେଖ କରି କହିଛନ୍ତି ଯେ ସେମାନେ ମଧ୍ୟ ଯାତ୍ରୀମାନଙ୍କୁ ଶୀଘ୍ର ଘରକୁ ପଠାଇବାକୁ ଚାହାଁନ୍ତି, ତେଣୁ ରାଗିବା ପରିବର୍ତ୍ତେ, ସେମାନେ ଧୈର୍ଯ୍ୟର ସହିତ ସେମାନଙ୍କ ସହିତ କଥା ହେବା ଉଚିତ। ଯାତ୍ରୀମାନଙ୍କ ଏଭଳି ଅସୁବିଧା ସମୟରେ ପାଇଲଟଙ୍କ ସରଳଭାବପୂର୍ଣ୍ଣ ଆଚରଣକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଉଛି। 

ସୋସିଆଲ ମିଡିଆରେ ସମର୍ଥନ ଏବଂ ପ୍ରଶଂସା

ଭିଡିଓ ପ୍ରକାଶ ପାଇବା ପରେ, ହଜାର ହଜାର ଲୋକ ସୋସିଆଲ ମିଡିଆରେ କ୍ୟାପ୍ଟେନ୍ କୃଷ୍ଣନଙ୍କ  ପ୍ରଶଂସା କରିଛନ୍ତି। ଅନେକ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଏପରି ସଚ୍ଚୋଟ ଏବଂ ସମ୍ବେଦନଶୀଳ ପାଇଲଟ୍ ବିରଳ। ପାଇଲଟ୍ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବରେ ଯାତ୍ରୀମାନଙ୍କ ଯନ୍ତ୍ରଣାକୁ ସ୍ୱୀକାର କରିଛନ୍ତି।

ଅଧିକପଢ଼ନ୍ତୁ:ଓଡ଼ିଶାରେ କଂଗ୍ରେସର ନେତୃତ୍ବ ନେଇ ପ୍ରଶ୍ନ ଉଠାଇଲେ ମୋକିମ

କାହିଁକି ଇଣ୍ଡିଗୋ ବିମାନଗୁଡ଼ିକ ପ୍ରଭାବିତ 

ଗତ କିଛି ଦିନ ଧରି ଇଣ୍ଡିଗୋ ଯାତ୍ରୀମାନେ ଯଥେଷ୍ଟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡିଜିସିଏ ପକ୍ଷରୁ ଲାଗୁ କରାଯାଇଥିବା ନୂଆ ଏଫଡିଟିଏଲ ନିୟମ ଯୋଗୁଁ ବିପୁଳ ସଂଖ୍ୟାରେ ବିମାନ ବାତିଲ ଏବଂ ଘଣ୍ଟା ଘଣ୍ଟା ବିଳମ୍ବ ହେଉଛି।