ଚେନ୍ନାଇ ଆକାଶରେ ମୁହାଁମୁହିଁ ଧକ୍କାରୁ ରକ୍ଷା ପାଇଲେ ଇଣ୍ଡିଗୋ ଓ ବାୟୁସେନା ବିମାନ

ମୁମ୍ବାଇ: ଗତ ସପ୍ତାହରେ ଚେନ୍ନାଇ ଆକାଶରେ ଏକ ଇଣ୍ଡିଗୋ ବିମାନ ଏବଂ ଏକ ଭାରତୀୟ ବାୟୁସେନାର ବିମାନ ମଧ୍ୟରେ ହେବାକୁ ଯାଉଥିବା ଧକ୍କାକୁ ଏଡ଼ାଇ ଦିଆଯାଇଛି। ରିଜୋଲ୍ୟୁସନ୍‌ ଆଡ୍‌ଭାଇଜରି ଓ୍ଵାର୍ଣ୍ଣିଂ ପାଇ ଇଣ୍ଡିଗୋ ବିମାନର ପାଇଲଟ୍‌ ବିମାନର ଗତିପଥ ବଦଳାଇ ନିରାପଦ ଦୂରତ୍ୱକୁ ନେଇ ଯାଇଥିଲେ।

ମେ’ ୨୧ ତାରିଖ ଦିନ ଘଟିବାକୁ ଯାଉଥିବା ଦୁର୍ଘଟଣା ସମୟରେ ଦୁଇ ବିମାନ ମଧ୍ୟରେ ଦୂରତା ଥିଲା ମାତ୍ର ୩୦୦ ଫୁଟ୍‌।

ଧକ୍କା ଏଡ଼ାଇବାକୁ ପାଇଲଟ୍‌ଙ୍କୁ ସତର୍କ ସୂଚନା ଦେଉଥିବା ରିଜୋଲ୍ୟୁସନ୍‌ ଆଡ୍‌ଭାଇଜରି ସ୍ୱଂୟକ୍ରିୟ ଭାବେ କକ୍‌ପିଟ୍‌ରୁ ସୃଷ୍ଟି ହୋଇଥାଏ।
ଏ ଘଟଣାକୁ ସତ ବୋଲି ସ୍ୱୀକାର କରିବା ପରେ ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌ (ଡିଜିସିଏ) ଦ୍ୱାରା ଘଟନାର ତଦନ୍ତ କରାଯାଉଛି।

କିନ୍ତୁ, ବାୟୁସେନା ତରଫରୁ ଏ ସଂକ୍ରାନ୍ତରେ କୌଣସି ସୂଚନା ମିଳିନାହିଁ।

ବିଶାଖାପଟନମ୍‌-ବେଙ୍ଗାଲୁରୁ ମଧ୍ୟରେ ଚଳାଚଳ କରୁଥିବା ଇଣ୍ଡିଗୋ ବିମାନ ଭିଟ-ଆଇଟିଡବ୍ଲୁ ଏବଂ ଭାରତୀୟ ବାୟୁସେନାର ଏକ ଜେଟ୍‌ ମଧ୍ୟରେ ଦୂରତା ୩୦୦ ଫୁଟ୍‌କୁ ଚାଲି ଆସିବାରୁ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ଥିଲା। ଚେନ୍ନାଇ ଆକାଶରେ ସମୁଦ୍ର ପତ୍ତନ ଠାରୁ ଦୁଇ ବିମାନ ୨୪, ୦୦୦ ଫୁଟ୍‌ ଉଚ୍ଚରେ ଥିଲେ। ଇଣ୍ଡିଗୋ ଏୟାର୍‌ବସ୍‌ ଏ୩୨୦ ବିମାନଟି ଉପରକୁ ଉଠୁଥିଲା।

ମେ ୨୧ ତାରିଖ ରାତି ୯. ୪୯ ମିନିଟ୍‌ରେ ଦୁର୍ଘଟଣା ଏଡ଼ାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର